ଜାତୀୟମନୋରଞ୍ଜନ

JDJ-10ରେ ଦେଖିବାକୁ ମିଳିବ କ୍ରିକେଟର୍ସଙ୍କ ଝଲକ ! ୟୁବିଙ୍କ ସହ ଭଜି ଲଗାଇବେ ଠୁମକା

ମୁମ୍ବାଇ : ଟିଭିର ସବୁଠାରୁ ଲୋକପ୍ରିୟ ସେଲିବ୍ରିଟି ରିଅଲିଟି ଡ୍ୟାନ୍ସ ଶୋ’ ‘ଝଲକ ଦିଖଲା ଜା’। ପୁରା ୫ ବର୍ଷ ପରେ ପୁଣି ଥରେ ଛୋଟ ପରଦାକୁ ଫେରିବାକୁ ଯାଉଛି । ଶୋ’ରେ ଏଣ୍ଟରଟେନ୍‌ମେଣ୍ଟର ଲେବଲ୍‌ ବଢାଇବା ପାଇଁ ନିର୍ମାତାମାନେ କୌଣସି କସର ଛାଡ଼ୁ ନାହାଁନ୍ତି । ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଶୋ ପାଇଁ ଧୀରଜ ଧୋପର, ନିଆ ଶର୍ମା ଏବଂ ନୀତି ଟେଲରଙ୍କ ନାମ ଫାଇନାଲ୍‌ ହୋଇଛି । ନିକଟରେ ଶୁଣିବାକୁ ମିଳୁଛି କି ନିର୍ମାତା ଶୋ’ରେ ଅନେକ କ୍ରିକେଟରଙ୍କୁ ଆଣିବାକୁ ପ୍ଲାନିଂ କରୁଛନ୍ତି।

ଇଟାଇମ୍ସ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଯୁବରାଜ ସିଂ, ସୁରେଶ ରାଇନା, ଲସିତ୍‌ ମାଲିଙ୍ଗା ଏବଂ ହରଭଜନ ସିଂଙ୍କ ଭଳି କ୍ରିକେଟରମାନେ ଏହି ଶୋ’ର ଅଂଶ ହୋଇପାରନ୍ତି । ହେଲେ ଏବେ ଶୁଣିବାକୁ ମିଳୁଛି କି ନିର୍ମାତା ଏହି ୪ ଜଣ କ୍ରିକେଟରଙ୍କ ସହ ଯୋଗାଯୋଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ଯୁବରାଜ ସିଂ ଶୋ’ରେ ଆସିବା ନେଇ ଫାଇନାଲ୍‌ ହୋଇସାରିଛି । କିନ୍ତୁ ଅନ୍ୟମାନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ହଁ ଆସି ନାହିଁ।

କହିବାକୁ ଗଲେ ପୂର୍ବରୁ କୁହାଯାଉଥିଲା ଶୋ’ରେ ନିର୍ମାତାମାନେ ଜଜ୍‌ ଭାବରେ କାଜୋଲ୍‌ଙ୍କୁ ଅଫର କରିଥିଲେ । କିନ୍ତୁ ସେ ମନା କରିବା ପରେ ପୁଣି ଥରେ ମାଧୁରୀଙ୍କୁ ନାମ ଫାଇନାଲ୍‌ ହୋଇଛି ଏହା ବ୍ୟତୀତ ନୋର ମଧ୍ୟ ଏଥିରେ ନଜର ଆସିବେ ।

Related Articles

Back to top button