
ମୁମ୍ବାଇ: ପ୍ରଥମେ ସୁସ୍ମିତା ସେନ୍ ଏବଂ ରୋହମାନ ଦୀର୍ଘ ବର୍ଷ ଧରି ସମ୍ପର୍କ ରଖିଥିଲେ। ରୋହମାନ ସୁସ୍ମିତାଙ୍କଠାରୁ ସାନ ଥିଲେ ମଧ୍ୟ ପ୍ରଶଂସକମାନେ ସେମାନଙ୍କ ଯୋଡିକୁ ଭଲ ପାଉଥିଲେ। ହେଲେ ହଠାତ୍ ଦୁହେଁ ଅଲଗା ହୋଇଯାଇଥିଲେ। ଏନେଇ ନିଜେ ସୁସ୍ମିତା ଏ ବିଷୟରେ ଜଣାଇଥିଲେ । ବ୍ରେକଅପ୍ ପରେ ମଧ୍ୟ ରୋହମାନ ଏବଂ ସୁସ୍ମିତା ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି। ହେଲେ ଏବେ କିଛି ଦିନ ଲଲିତ ମୋଦୀ ସୁସ୍ମିତାଙ୍କ ସହ ସମ୍ପର୍କ ଥିବା ଘୋଷଣା କରିଥିଲେ। ଏହା ପରେ ଅନେକ ଲୋକ ଅଭିନେତ୍ରୀଙ୍କୁ ଖୁବ୍ ଟ୍ରୋଲ କରିଛନ୍ତି।
View this post on Instagram