ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ତାରିଖରେ ପୂରଣ ହେବ। ଦ୍ରୌପଦି ମୁର୍ମୁ ଦେଶର ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବ। ଜୁଲାଇ ୨୫ ତାରିଖ ଦିନ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ତେବେ ଆସନ୍ତୁ ଜାଣିବା ଦେଶର ରାଷ୍ଟ୍ରପତିଙ୍କୁ କେତେ ବେତନ ମିଳେ ଓ ପାଆନ୍ତି କେଉଁ ସବୁ ସୁବିଧା ସୁଯୋଗ।
ଗତ ଅକ୍ଟୋବର ୨୦୧୮ରେ ଭାରତର ରାଷ୍ଟ୍ରପତିଙ୍କ ମାସିକ ବେତନ ୧.୫ଲକ୍ଷ ଟଙ୍କାରୁ ବଢି ୫ ଲକ୍ଷ ଟଙ୍କା ହୋଇଥିଲା। ସେବେଠାରୁ ରାଷ୍ଟ୍ରପତି ମାସିକ ୫ ଲକ୍ଷ ଟଙ୍କା ବେତନ ପାଇ ଆସୁଛନ୍ତି। ତେବେ ରାଷ୍ଟ୍ରପତିଙ୍କ ବେତନରେ କୌଣସି ଶୁଳ୍କ ଲାଗେନି କି ରାଷ୍ଟ୍ରପତିଙ୍କୁ ଆୟକର ଦେବାକୁ ପଡେନି। ଏହା ଛଡା ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତିରେ ତାଙ୍କୁ ମାସିକ ୧.୫ ଲକ୍ଷ ଟଙ୍କା ପେନସନ ମିଳିଥାଏ।
![](https://i0.wp.com/www.prameyanews7.com/wp-content/uploads/2022/07/rastrapati-bhawan.jpg?resize=708%2C530&ssl=1)
ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧା
ରାଷ୍ଟ୍ରପତିଙ୍କୁ ମାସିକ ୫ଲକ୍ଷ ଟଙ୍କା ବେତନ ମିଳିଥାଏ ଯାହା ସମ୍ପୂର୍ଣ୍ଣ ରୂପେ ଶୁଳ୍କ ମୁକ୍ତ। ରାଷ୍ଟ୍ରପତିଙ୍କୁ ମାଗଣା ଡାକ୍ତରୀ ଚିକିତ୍ସା ଓ ଯାଞ୍ଚ ସୁବିଧା ପ୍ରାପ୍ତ ହୋଇଥାଏ। ରାୟସେନା ହିଲସସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରହିଥାନ୍ତି। ୩୨୦ ଏକର ଜମିରେ ସ୍ଥାପିତ ରାଷ୍ଟ୍ରପତି ଭବନରେ ୩୪୦ଟି କୋଠରୀ ରହିଛି। ଯିବା ଆସିବା ଲାଗି ରାଷ୍ଟ୍ରପତିଙ୍କୁ ଏକ ସ୍ୱତନ୍ତ୍ର ମର୍ସିଡିଜ ବେଞ୍ଜ ଏସ-୬୦୦ କାର ରହିଛି।
ରାଷ୍ଟ୍ରପତିଙ୍କୁ ୨ଟି ଲ୍ୟାଣ୍ଡ ଲାଇନ ଫୋନ ଓ ଗୋଟିଏ ମୋବାଇଲ ମିଳିଥାଏ ଯାହା ତାଙ୍କ ଲାଗି ସମ୍ପୂର୍ଣ୍ଣ ଫ୍ରି । ରାଷ୍ଟ୍ରପତିଙ୍କୁ କଡା ସୁରକ୍ଷା ମିଳିଥାଏ ଓ ତାଙ୍କ ଅଙ୍ଗରକ୍ଷୀମାନେ ସର୍ବଦା ତାଙ୍କ ସହ ରହିଥାନ୍ତି। ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକଙ୍କୁ ପ୍ରେସିଡେନ୍ସିଆଲ ବର୍ଡିଗାର୍ଡ କୁହାଯାଏ। ରାଷ୍ଟ୍ରପତିଙ୍କ ସହ ୮୬ ଜଣ ବର୍ଡିଗାର୍ଡ ସବୁ ବେଳେ ଥାନ୍ତି। ରାଷ୍ଟ୍ରପତି ସହଯୋଗୀଙ୍କ ସହ ମାଗଣା ରେଳ ଓ ବିମାନ ଯାତ୍ରା କରିପାରନ୍ତି।
Back to top button