ଅନ୍ତର୍ଜାତୀୟଜାତୀୟ

ମାରିୟୁପୋଲ ଦଖଲ କଲା ଋଷ; ୟୁକ୍ରେନ୍ ପାଖରେ ରହିଲା ଆଉ ମାତ୍ର ଗୋଟିଏ ଗଡ଼, ଏଠି ଯେମିତି କେହି ଖସି ନ ଯାଆନ୍ତି ନିର୍ଦ୍ଦେଶ ଦେଲେ ପୁଟିନ୍

କିଭ୍() ମାରିୟୁପୋଲ ଦଖଲ କଲା ଋଷ ସେନା। ଏପ୍ରିଲ ୨୧ ତାରିଖ ଗୁରୁବାର ଏହି ସୂଚନା ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ। ମାରିୟୁପୋଲ ସଫଳତା ପୂର୍ବକ ୟୁକ୍ରେନ୍ ଦଖଲରୁ ହଟିଛି ହୋଲି ପୁଟିନ କହିଛନ୍ତି। ଅନ୍ୟପଟେ ୟୁକ୍ରେନ୍‌ର ଶେଷ ଗଡ଼ ଅଜୋଭଷ୍ଟଲ ଷ୍ଟୀଲ ମିଲ୍‌କୁ ଦଖଲ କରିବାକୁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସେଠାରେ ଆକ୍ରମଣ ନ କରି ସହରକୁ ପୂରା ଘେରାବନ୍ଦୀ କରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯେମିତି ଏହି ଅଞ୍ଚଳରୁ କେହି ଖସି ନ ଯାଆନ୍ତି କି କୌଣସି ହେଲିକପ୍ଟର ନଉଡେ ସେଥିପ୍ରତି ଉଡ଼ାଣ ଭରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଋଷ ପ୍ରତିରକ୍ଷା ମନ୍ତ୍ରୀ ମାରିୟୁପୋଲ ଦଖଲ ନେଇ ସୂଚନା ଦେଇଥିଲେ। କେବଳ ଅଜୋଭଷ୍ଟଲକୁ ଛାଡ଼ିଦେଲେ ମସ୍କୋ ମାରିୟୁପୋଲକୁ ଦଖଲ କରିନେଇଛି ବୋଲି ସେ ସୂଚନା ଦେଇଥିଲେ। ଏହାପରେ ସେ ରାଷ୍ଟ୍ରପତି ପୁଟିନ ଋଷ ସେନାକୁ ପ୍ରଶଂସା କରିଥିଲେ। ତେବେ ଅଜୋଭଷ୍ଟଲ ଷ୍ଟିଲ ଫ୍ୟାକ୍ଟୋରିରେ ୟୁକ୍ରେନ୍‌ର ସୈନିକ ଲୁଚି ରହିଥିବାରୁ ଏଠାରେ ଆକ୍ରମଣ ନ କରି ଫ୍ୟାକ୍ଟ୍ରିକୁ ଚାରିଆଡ଼ୁ ବ୍ଲକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ମଙ୍ଗଳବାର ସୂଚନା ଦେଇ କହିଥିଲେ ଯେ ସେନା  ୟୁକ୍ରେନ୍ ଦୁଇଟି ପଶ୍ଚିମାଞ୍ଚଳ ମୁକ୍ତ କରିବା ପାଇଁ ଯୋଜନାବଦ୍ଧ ଭାବେ ନିଜର ଅପରେସନ ଚଳାଉଛି। ଏହାପରେ ଗୁରୁବାର ମାରିୟୁପୋଲକୁ ଦଖଲ କରିବା ନେଇ ସେ ସୂଚନା ଦେବା ସହିତ ଅଜୋଭଷ୍ଟଲ ଷ୍ଟିଲ୍ ପ୍ଲାଣ୍ଟକୁ ସୁରକ୍ଷିତ ଭାବରେ ବ୍ଲକ କରିନିଆଯାଇଛି ବୋଲି ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com