ଓଡ଼ିଶା
ଓଡିଶା ସିଭିଲ ସର୍ଭିସ-୨୦୨୧ ପ୍ରିଲିମ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ
![](https://i0.wp.com/odia.mobilenews24x7.com/wp-content/uploads/2022/07/opsc.jpg?resize=259%2C194&ssl=1)
ଭୁବନେଶ୍ୱର, ୨୮/୦୭/୨୦୨୨- ଓଡିଶା ସିଭିଲ ସର୍ଭିସ-୨୦୨୧ ପ୍ରିଲିମ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ଏ ନେଇ ଓପିଏସସିଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି ।ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓସିଏଓ ପ୍ରିଲିମ ପରୀକ୍ଷା । ଓପିଏସସି ପକ୍ଷରୁ ପରୀକ୍ଷାର ପ୍ରୋଗ୍ରାମକୁ ନେଇ କୌଣସି ନୋଟିସ ଦିଆଯାଇ ନାହିଁ । ତେଣୁ ପରୀକ୍ଷା ସମ୍ବନ୍ଧୀୟ ଅପଡେଟ ପାଇବା ପାଇଁ ଆବେଦନକାରୀମାନେ ଅଫିସିଆଲ ୱେବସାଇଟକୁ ଦେଖି ପାରିବେ । ଯୋଗ୍ୟତା, ଶାରୀରିକ କ୍ଷମତା ଇତ୍ୟାଦି ସହିତ ଅନ୍ୟାନ୍ୟ କାରଣରୁ ଅଯୋଗ୍ୟ ବିବେଚିତ ହୋଇଥିବା ଅନେକ ପ୍ରାର୍ଥୀଙ୍କୁ ଅଗ୍ରାହ୍ୟ କରାଯାଇଥିବା ଓପିଏସସି ସୂଚନା ଦେଇଛି ।ସେହିପରି ଓପଏସସି ୭୦୩୯ ଜଣ ଆଶାୟୀ ପ୍ରାର୍ଥୀଙ୍କ ଆବେଦନକୁ ଖାରଜ କରିଛି ।