ଜାତୀୟ

ସିଲ୍ ହେଲା ନ୍ୟାସନାଲ ହେରାଲ୍ଡ ଅଫିସ୍

ସିଲ୍ ହେଲା ନ୍ୟାସନାଲ ହେରାଲ୍ଡ ଅଫିସ୍। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡ୍ରିଂ କେସରେ କାର୍ଯ୍ୟାନୁଷ୍ଠାନ ନେଇ ନ୍ୟାସନାଲ ହେରାଲ୍ଡ ସିଲ୍ କରିଛି। ଏହା ପୂର୍ବରୁ ଯାଞ୍ଚ ଏଜେନ୍ସି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବର୍ତ୍ତମାନର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମାରାଥନ ଜେରା କରିଥିଲା। ଇଡି ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏଜେନ୍ସିର ବିନା ଅନୁମତିରେ ଅଫିସ୍ ଖୋଲାଯାଇ ପାରିବ ନାହିଁ। ଏଥିସହ କଂଗ୍ରେସ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।

Related Articles

Back to top button