ଅନ୍ୟାନ୍ୟ
ଜାପାନରେ ପରମାଣୁ ବୋମା ଆକ୍ରମଣକୁ ପୂରିଲା ୭୭ ବର୍ଷ

ଜାପାନ, ୦୯/୦୮/୨୦୨୨- ଆଜିକୁ ଠିକ୍ ୭୭ ବର୍ଷ ତଳେ ଥରିଥିଲା ଜାପାନର ହିରୋସୀମା ଓ ନାଗାସାକି । ଅଗଷ୍ଟ ୬ରେ ହିରୋସୀମା ଓ ଅଗଷ୍ଟ ୯ରେ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ଲକ୍ଷ ଲକ୍ଷ ଲୋକ ପଙ୍ଗୁ ପାଲଟିଥିଲେ । ମଶାଣିରେ ପରିଣତ ହୋଇଥିଲା ଜାପାନର ଦୁଇ ସହର । ଆମେରିକାର ଏହି ଆକ୍ରମଣରେ ଦୁଇ ସହରରେ ପ୍ରାୟ ସାଢେ ୩ ଲକ୍ଷ ଲୋକେ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ଥିଲେ ସାଧାରଣ ନାଗରିକ । ଏହା ହେଉଛି ଏବେ ସୁଦ୍ଧା ପ୍ରଥମ ଓ ଶେଷ ପରମାଣୁ ଆକ୍ରମଣ । ସାଧାରଣ ବୋମା ତୁଳନାରେ ପରମାଣୁ ବୋମାର କ୍ଷମତା ୧୫୦୦୦ ଗୁଣ ଅଧିକ ଥିଲା ।