ବ୍ରହ୍ମପୁର, ୧୯/୦୮/୨୦୨୨- ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମ ପଞ୍ଚାୟତର ଡୁଙ୍ଗୁରି ଗ୍ରାମରେ ବାଲିଛାଇ ବିଜୁ ଜନତା ଦଳର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜେଡି ସରକାର ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନ ହିତକର ଯୋଜନା ବିଷୟରେ କର୍ମୀମାନଙ୍କୁ ଶ୍ରମ ମନ୍ତ୍ରୀ ଅବଗତ କରାଇଥିଲେ। ଏହି ସବୁ ଯୋଜନା ଗୁଡିକ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସମସ୍ତ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ବାଲିଛାଇ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ବାବୁଲା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ଜଗନ୍ନାଥ ବଢ଼େଇ, ରାଜେନ୍ଦ୍ର କୁମାର ସାହୁ, ମନୋଜ କୁମାର ପ୍ରଧାନ, ରାମକୃଷ୍ଣ ପଣ୍ଡା, ସୁରେଶ ଚନ୍ଦ୍ର ପାତ୍ର ପ୍ରମୁଖଙ୍କ ସମେତ ସମସ୍ତ ସକ୍ରିୟ ସଭ୍ୟ ଓ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Related Articles
Check Also
Close
-
ଦିନରେ ଶିକ୍ଷକତା ରାତିରେ କୁଲି, ଭାବପ୍ରବଣ କରିଦେବ ଏହି ଶିକ୍ଷକଙ୍କ କାହାଣୀDecember 10, 2022