ବିଜ୍ଞାନ ଓ ପ୍ରଯୁକ୍ତି

ପଶ୍ଚିମ କେନ୍ଦ୍ରୀୟ ରେଳପଥରେ ପୁରୀ-ବିକାନେର ଏକ୍ସପ୍ରେସ ପରିବର୍ତ୍ତିତ ମାର୍ଗରେ ଯାତ୍ରା କରିବ

 କୋଟ ପରିବର୍ତ୍ତେ ସୋଗରିଆ ଷ୍ଟେସନ ଠାରେ ରହଣି

ପୁରୀ, ୨୫ /୦୮/୨୦୨୨-   ଟ୍ରେନ ଚଳାଚଳ କ୍ଷେତ୍ରରେ ସମସ୍ୟା ଦୂରୀକରଣ ପାଇଁ ପୁରୀ-ବିକାନେର ଏକ୍ସପ୍ରେସକୁ ପଶ୍ଚିମ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ କୋଟା ଷ୍ଟେସନ ପରିବର୍ତ୍ତେ ସୱାଇମାଧୋପୁର-ଗୁରଲା-ସୋଗରିଆ-ରୁଥିୟାଲ କର୍ଡ ଲାଇନ ମାର୍ଗରେ ଚଳାଚଳ କରାଇ ସୋଗରିଆ ଷ୍ଟେସନ ଠାରେ ରହଣି ଦେବାକୁ ନିଷ୍ପତ୍ତି ନିଆଯାଇଛି । ୨୦୪୭୧ ବିକାନେର-ପୁରୀ ଏକ୍ସପ୍ରେସ ବିକାନେର ଷ୍ଟେସନ ଠାରୁ ଅକ୍ଟୋବର ମାସ ୨ ତାରିଖ ଠାରୁ ସୋଗରିଆ ଷ୍ଟେସନ ଠାରେ ସକାଳ ୫ ଘ. ୩୦ମି.ରେ ପହଞ୍ଚି ୫ଘ.୪୦ମି. ରେ ପୁରୀ ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ୨୦୪୭୨ ପୁରୀ-ବିକାନେର ଏକ୍ସପ୍ରେସ ପୁରୀ ଠାରୁ ଅକ୍ଟୋବର ମାସ ୫ ତାରିଖରୁ ସୋଗରିଆ ଷ୍ଟେସନ ଠାରେ ପୂର୍ବାହ୍ନ ୯ ଘ. ୧୫ମି.ରେ ପହଞ୍ଚି ୯ ଘ. ୨୫ମି. ରେ ବିକାନେର ଅଭିମୁଖେ ଯାତ୍ରା କରିବ । ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ |

 

Related Articles

Back to top button
WP Twitter Auto Publish Powered By : XYZScripts.com