ଅନ୍ତର୍ଜାତୀୟ
ବନ୍ୟା ପାଣିରେ ଉବୁଟୁବୁ ପାକିସ୍ତାନ
![](https://i0.wp.com/odia.mobilenews24x7.com/wp-content/uploads/2022/08/de366181-3eaa-47c6-b38c-e9d6f478dea3.png?resize=780%2C470&ssl=1)
ପାକିସ୍ତାନ ; ୨୯-୦୮ ବନ୍ୟା ପାଣିରେ ଏବେ ଉବୁଟୁବୁ ହେଉଛି ପାକିସ୍ତାନ । ପ୍ରଥମେ ରାଜନୌତିକ ଅସ୍ଥିରତା ଆଉ ଏବେ ବନ୍ୟା ସଙ୍କଟ ଏହାରି ଭିତରେ ପେଶି ହେଉଛନ୍ତି ପାକିସ୍ତାନବାସୀ । କିଛି ଦିନ ହେଲା ଲଗାଣ ବର୍ଷାରେ ପାକିସ୍ତାନ ସ୍ଥିତି ବିଗାଡି ଦେଇଛି । ଏହି ବନ୍ୟାରେ ୧ହଜାରରୁ ଅଧିକ ଲୋକମାନଙ୍କ ଜୀବନ ଗଲାଣି । ୩କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହା ସହ ୧୦ ଲକ୍ଷରୁ ଅଧିକ ଘର ଏହା ଦ୍ୱାରା ପ୍ରଭାବିତ ହୋଇଛି । ଚଳିତ ବର୍ଷ ପାକିସ୍ତାନରେ ଆସିଥିବା ବନ୍ୟାରେ ଆର୍ଥିକ କ୍ଷତି ବି ବହୁତ ହୋଇଛି । ପ୍ରାୟ ୪ ଅରବ ଡଲାର ଆର୍ଥିକ କ୍ଷତି ହେଲାଣି । ବନ୍ୟା ଯୋଗୁ ଅଧିକାଂଶ ଫସଲ ନଷ୍ଟ ହୋଇଯାଇଛି । ଏବେ ପର୍ୟ୍ୟଟନ୍ତ ପାକିସ୍ତାନରେ ୨.୬ ଅରବ ଡଲାର ମୂଲ୍ୟର କପା ଓ ୯୦ କୋଟି ଡଲାର ମୂଲ୍ୟର ଗହମ ଆମଦାନୀ କରିବାକୁ ପଡିପାରେ । ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ପାକିସ୍ତାନକୁ ଆହୁରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।