Featuredଅନ୍ତର୍ଜାତୀୟ

ପୁଣି ୫.୫ ତିବ୍ରତା ବିଶିଷ୍ଟ ଭୟଙ୍କର ଭୂମିକମ୍ପରେ ଥରି ଉଠିଲା ତୁର୍କୀ

ଭୟଙ୍କର ଭୂମିକମ୍ପରେ ପୁଣି ଥରି ଉଠିଲା ତୁର୍କୀର ଗୋଲାବାସୀ । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୫ ରେକର୍ଡ କରାଯାଇଛି । ବାରମ୍ବାର ଭୂକମ୍ପ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ସୁଦ୍ଧା ୪ହଜାରରୁ ଉଦ୍ଧ୍ୱର୍ ମୃତଦେହ ଉଦ୍ଧାର ହେଲାଣି ।

ତୁର୍କୀରେ ପ୍ରଥମ ଝଟକା ଯୋଗୁଁ ୧୦ଟି ସହର ପ୍ରଭାବିତ ହୋଇଥିଲା । ତୁର୍କୀରେ ସପ୍ତାହେ ବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକ ଚାପି ହୋଇ ରହିଛନ୍ତି । ସାରା ଦେଶରେ ସ୍କୁଲ ଗୁଡ଼ିକୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।

ଦେଶରେ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି । ପ୍ରଭାବିତ ହୋଇଛି ମୋବାଇଲ୍ ନେଟୱର୍କ । ୮୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com