![](https://i0.wp.com/odia.mobilenews24x7.com/wp-content/uploads/2022/09/petrol_1632155603509_1632796752642.jpg?resize=780%2C470&ssl=1)
ନୂଆଦିଲ୍ଲୀ ; ୧୩ା୯ ମହଙ୍ଗା ମାଡରୁ ଦେଶବାସୀଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଅଗଷ୍ଟ ମାସରୁ କ୍ରମାଗତ ତିନିମାସ ପାଇଁ ମୁଦ୍ରାସ୍ଫୀତିରେ କ୍ରମାଗତ ହ୍ରାସ ଘଟିଥିଲା । ତିନି ମାସ ପରେ ପୁଣି ଖୁଚୁରା ମୁଦ୍ରାସ୍ଫୀତି ଗ୍ରାଫ ଉପର ମୁହାଁ ହୋଇଛି । ପୂର୍ବ ମାସ ଅର୍ଥାତ ଜୁଲାଇରେ ଏହା ୬.୭୧ ପ୍ରତିଶତ ଥିଲା । ତେବେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ଗହମ, ଚାଉଳ ଏବଂ ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି। ଆଉ ଏଥିରୁ ନାଗରିକଙ୍କୁ ଆଶ୍ୱସ୍ତି ଦେବା ପାଇଁ ମୋଦି ସରକାର ଏକ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଯୋଜନା ସଫଳ ହେଲେ ପେଟ୍ରୋଲ, ଡିଜେଲ ଓ ଦାମ ହ୍ରସ ପାଇବା ସହ ନିତିଦିନିଆ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଶସ୍ତା ହେବ ବୋଲି କୁହାଯାଉଛି । ତୈଳ କମ୍ପାନୀଗୁଡିକର କ୍ଷତିର ଭରଣା କରିବା ଏବଂ ମୁଦ୍ରାସ୍ଫୀତିରୁ ଦେଶବାସୀଙ୍କୁ ଆରାମ ଦେବା ପାଇଁ ସରକାର ଭାରତୀୟ ତୈଳ ନିଗମ ପରି ରାଷ୍ଟ୍ରାୟତ୍ତ ଇନ୍ଧନ କମ୍ପାନୀଙ୍କୁ ୨୦୦୦୦ କୋଟି ଟଙ୍କା ଦେବାକୁ ଚିନ୍ତା କରୁଛନ୍ତି। ଏହା ସହିତ ସରକାର ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ କ୍ଷତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି ।