ଦୁବାଇରୁ ନନ୍ଦନକାନନକୁ ଆସିବ ଚିତା
![](https://i0.wp.com/odia.mobilenews24x7.com/wp-content/uploads/2022/09/Cheetah-15.webp?resize=780%2C470&ssl=1)
ଭୁବନେଶ୍ୱର, ୨୧/୦୯/୨୦୨୨ – ଓଡିଶା ଆସିବେ ଚିତା । ଦୀର୍ଘ ୭୦ ବର୍ଷ ପରେ ଭାରତକୁ ଚିତା ବାଘ ଆସିବା ପରେ ଏବେ ଚିତା ବାଘ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ତେଣୁ ଦୁବାଇରୁ ଦୁଇଟି ଆଫ୍ରିକୀୟ ଚିତା ଆଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଯୋଜନା ଆରମ୍ଭ କରିଛନ୍ତି । ଯଦି ଏହି ଯୋଜନା ସଫଳ ହୁଏ ତେବେ ଆସନ୍ତା ୬ମାସ ମଧ୍ୟରେ ନନ୍ଦନକାନନରେ ଚିତାବାଘ ଦେଖିବାକୁ ମିଳିବ ।
ନନ୍ଦନକାନନକୁ କେବଳ ଯେ ଚିତା ବାଘ ଆସିବ ତାହା ନୁହେଁ, ଚିତା ସହିତ ୩ଟି ଧଳା ସିଂହ ଓ ଦୁଇଟି ସିପାଞ୍ଜି ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ନନ୍ଦନକାନନର ଜଳବାୟୁକୁ ଦେଖିଲେ ଏଠାରେ ଚିତା ରହିପାରିବେ । କିନ୍ତୁ ଯଦି ଯଦି ବଂଶ ବୃଦ୍ଧି ନହୁଏ ତାହାଲେ ଚିତା ଆଣିବା ବିଫଳ ହେବ । ଏଥିପାଇଁ ଦୁବାଇର ବିଶେଷଜ୍ଞଙ୍କ ସହ ଆଲୋଚନା କରି ସବୁ ଦିଗପ୍ରତି ଦୃଷ୍ଟି ଦେଇ ଚିତା ବାଘ ଆଣିବାକୁ ପରାମର୍ଶ ଦିଆଯାଇଛି । ଏହି ପ୍ରାଣୀମାନେ ଓଡିଶା ଆସିଲେ ଭାରତରେ ନନ୍ଦନକାନନ ଏକ ସ୍ୱତନ୍ତ୍ର ପ୍ରାଣୀ ଉଦ୍ୟାନ ଭାବେ ପରିଚିତ ହେବା ସହିତ ଅଧିକ ପର୍ଯ୍ୟଟକ ଏଠାକୁ ଆସିବେ ବୋଲି ଆଶା କରାଯାଉଛି ।