ଅନ୍ୟାନ୍ୟ

ବନ ବିଭାଗ କର୍ମଚାରୀମାନଙ୍କ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର

ସାଲେପୁର, ୨୨/୦୯/୨୦୨୨-  କିଶନ ନଗର ଥାନା ସିର୍ଲୋ ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଚୋରି କରି ବିକ୍ରୀ କରିବା ପାଇଁ ନେଉଥିବା ବେଳେ ଧରା ପଡ଼ିଯିବା ଭୟରେ ରାସ୍ତା କଡ଼ରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ବଜ୍ରକାପ୍ତାଟିର ଲମ୍ବା ପ୍ରାୟ ୪ ଫୁଟ । ଖବର ପାଇ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ବଜ୍ରକାପ୍ତକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ବନ୍ୟାରେ ଏହି ବଜ୍ରକାପ୍ତାଟି ଜଙ୍ଗଲରୁ ପାଣିରେ ଭାସି ଆସି ଥାଇପାରେ ବୋଲି ଅନୁମାନ କରାଯାଉଛି । ବନ ବିଭାଗ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com