ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ସମ୍ବଲପୁର, ୨୫/୦୯/୨୦୨୨-  ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ । ଏଥିପାଇଁ ରବିବାର ମହାଳୟା ଅମାବାସ୍ୟାରେ ସମଲେଶ୍ୱରୀ ପୀଠରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ମା’ଙ୍କ ଏହି ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।  ରାତି ୩ ଟାରୁ ମା’ଙ୍କ ବେଶ ଆରମ୍ଭ କରିଥିଲେ ପୂଜକ । ସମସ୍ତ ନୀତିକାନ୍ତି ସାରି ଭୋର ୫ଟାରେ ଦ୍ୱାର ଫିଟିଥିଲା ଓ ସକାଳୁ ମା’ଙ୍କ ଦର୍ଶନ ଆରମ୍ଭ ହୋଇଛି । କେବଳ ମହାଳୟାରେ ମାଙ୍କ ଏହି ବେଶ ଅନୁଷ୍ଠିତ ହୁଏ । ଆଜି ସନ୍ଧ୍ୟାରେ ମା’ଙ୍କ ମହାଆଳତୀ ହେବ । ଯାହାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଭକ୍ତ ଆସିଥାନ୍ତି । ସେପଟେ କାଲିଠୁ ଆରମ୍ଭ ହେବ ମା’ଙ୍କ ନବଦିନାତ୍ମକ ପୂଜା । ନଅ ଦିନ ଧରି ମା’ ୯ଟି ବେଶରେ ଦର୍ଶନ ଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com