ଓଡ଼ିଶା
ଆସାମରେ ବାତ୍ୟା ସିତ୍ରାଙ୍ଗର ତାଣ୍ଡବ : ୮୦ରୁ ଅଧିକ ଗାଁ ପ୍ରଭାବିତ
![](https://i0.wp.com/odia.mobilenews24x7.com/wp-content/uploads/2022/10/content_image_52acbdd0-0de1-4550-aa18-b7fd1cda6eb3.jpeg?resize=700%2C450&ssl=1)
ବାଂଲାଦେଶ ପରେ ଆସାମରେ ତାଣ୍ଡବ ରଚୁଛି ବାତ୍ୟା ସିତ୍ରାଙ୍ଗ । ପ୍ରବଳ ବର୍ଷା ଯୋଗୁଁ ୮୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଘର ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ହଇରାଣ ହେଉଛନ୍ତି ଲୋକେ । ପ୍ରବଳ ବର୍ଷା ପବନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ୪ ଉତ୍ତର ପୂର୍ବ ରାଜ୍ୟ ପାଇଁ ରେଡ଼ ଆଲର୍ଟ ଜାରି କରିଛି । ଉଦ୍ଧାରକାରୀ ଟିମ୍ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି । ପାଣିପାଗ ବିଭାଗ ସୂଚନା ମୁତାବିକ ଝାଡଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କେରଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।