ଜୀବନଶୈଳୀ

ମୋବାଇଲ ଦାମରେ ମିଳୁଛି ‘ହିରୋ’ଇଲେକ୍ଟ୍ରିକ ସାଇକେଲ, ୪ ଘଣ୍ଟାରେ ଫୁଲ ଚାର୍ଜ

ଭୁବନେଶ୍ୱର, ୩୧/୧୦/୨୦୨୨ –  ହିରୋ ଇଲେକ୍ଟ୍ରିକ ସାଇକେଲ ଭାରତୀୟ ବଜାର ପାଇଁ ଦୁଇଟି ନୂତନ ମଡେଲ୍ ଲଞ୍ଚ କରିଛି । ଦୁଇଟି ମଡେଲ ହେଉଛି H3 ଏବଂ H5 । H3 ମୂଲ୍ୟ ୨୭,୪୪୯ ଟଙ୍କା ଏବଂ H5 ମୂଲ୍ୟ ୨୮,୪୪୯ ଟଙ୍କା । ପେଡାଲିଂ ଉପରେ ଚାର୍ଜ ପରିସର ୩୦ କିଲୋମିଟର ଥିବା ବେଳେ କେବଳ ମୋଡ୍ ରେ ୨୫ କିଲୋମିଟର ପରିସର ପ୍ରଦାନ କରୁଥିବା ନେଇ କମ୍ପାନୀ ଦାବି କରିଛି ।

ଏହି ଇଲେକ୍ଟ୍ରିକ ସାଇକେଲ ପ୍ରାୟ ୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇପାରିବ । ଉଭୟ ସାଇକେଲର ହ୍ୟାଣ୍ଡେଲବାର୍ ଉପରେ ଏକ ସ୍ମାର୍ଟ ଏଲଇଡି ଲାଗିଛି । ଏହା ସହ ଉଭୟ ମଡେଲରେ ଡୁଆଲ୍ ଡିସ୍କ ବ୍ରେକ୍ ଲାଗିଛି । ଇଲେକ୍ଟ୍ରିକ୍ ସାଇକେଲ୍ ଯେଉଁମାନେ ବ୍ୟାୟାମ ଭାବରେ ସାଇକେଲ ଚଲାଇବା ସହିତ ସ୍ୱଳ୍ପ ଦୂରତା ଭ୍ରମଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି । କୋଭିଡ ଲକଡାଉନ୍ ସମୟରେ ଇଲେକ୍ଟ୍ରିକ ସାଇକେଲର ବିକ୍ରି ବୃଦ୍ଧି ପାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com