ଜାତୀୟଜୀବନଶୈଳୀ

ସବୁଦିନେ ଭୋଜିର ମାହୋଲ, ରାଜସ୍ଥାନର ନିଆରା ପରିବାର

ସଦସ୍ୟ ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପରିବାର ଦେଖିଲେ ଲାଗିବ ପଞ୍ଚାୟତ । ସଦସ୍ୟଙ୍କ ସଂଖ୍ୟା ଜାଣିଲେ ଘୂରେଇଯିବ ମୁଣ୍ଡ । ବର୍ତ୍ତମାନ ସମୟରେ ଲୋକମାନେ ଯୌଥ ପରିବାରରେ ରହିବା ଦୂରର କଥା ୪-୫ ହେଲେ ଅତିଷ୍ଟ ହୋଇଯାଉଛନ୍ତି । କିନ୍ତୁ ଯଦି ଲୋକ ପିଢ଼ି ପରେ ପିଢ଼ି ଏକାଠି ରୁହନ୍ତି ତେବେ ସେଠାରେ ଅବସ୍ଥା କଣ ହେଉଥିବ ଥରୁଟେ ଭାବନ୍ତୁ । ଆପଣଙ୍କୁ ଆଜି ଆମେ ଏମିତି ଏକ ପରିବାର ବିୟେରେ କହିବାକୁ ଯାଉଛୁ ଯାହା ବିଷୟରେ ଏବେ ସାରା ଦେଶରେ ଚର୍ଚ୍ଚା । ପରିବାର ଚଳାଇବା ଏକ କମ୍ପାନୀ ଚଳାଇବା ଠୁ ବି କମ୍ ନୁହେଁ । କାରଣ ଏଠାରେ ଏକାଠି ୪୦ କି ୫୦ ନୁହେଁ ବରଂ ୧୮୪ ଜଣ ଲୋକ ଏକାଠି ଗୋଟିଏ ଛାତ ତଳେ ରୁହନ୍ତି । ଭୋର ୪ଟାରୁ ଭୋଜି ଭଳି ବସେ ବଡ଼ ବଡ଼ ହାଣ୍ଡି । ଦିନକରେ ରୋଷେଇ ହୁଏ ୫୦ କିଲୋ ଅଟା । ୨ଟି ଚୁଲିରେ ବସେ ତରକାରି ଆଉ ୧୧ ଟି ଚୁଲିରେ ହୁଏ ରୋଟି । ଆଉ ଏହି ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ତୁଲାନ୍ତି ପରିବାରର ମହିଳା।

ରାଜସ୍ଥାନ ଆଜମେର ଜିଲ୍ଲା ରାମସର ଗାଁର ସୁଲତାନ ମାଲିଙ୍କ ପରିବାର । ଏହି ପରିବାରରେ ୧୮୪ ଜଣ ଏକାଠି ରୁହନ୍ତି । ଏତେ ବଡ଼ ପରିବାର କିନ୍ତୁ କେବେ ବି କାହା ମଧ୍ୟରେ ଝଗଡ଼ା ହୁଏ ନାର୍ହି । ପରିବାରର ବୟଜ୍ୟେଷ୍ଠ ବୀରଦିଚନ୍ଦଙ୍କ କହିବା ଅନୁସାରେ ତାଙ୍କ ବାପା ସୁଲତାନଙ୍କର ସେମାନେ ୬ ପୁଅ। ଆଉ ଏହି ପରିବାର ସଦସ୍ୟ ସଂଖ୍ୟା ବଢ଼ି ବଢ଼ି ଏବେ ୧୮୪ରେ ପହଞ୍ଚିଛି । ପରିବାରର ସବୁଠାରୁ ଛୋଟ ସଦସ୍ୟ ୫ ମାସ ତଳେ ହିଁ ଜନ୍ମ ନେଇଛି । ସୁଲତାନଙ୍କ ମୃତ୍ୟୁ ବେଳେ ସେ ପରିବାରକୁ ଏକାଠି ରଖିବାକୁ ପୁଅମାନଙ୍କୁ ପରାମର୍ଶ ଦେଇଥିଲେ । ଆଉ ସେବେଠାରୁ ପରିବାରର ସମସ୍ତେ ଏକାଠି ରହୁଛନ୍ତି ।

ପରିବାରର ବରିଷ୍ଠ ସଦସ୍ୟ ବେଶି ପଢ଼ିନଥିଲେ ବି ନିଜର ପରବର୍ତ୍ତୀ ପିଢ଼ିଙ୍କୁ ଶିକ୍ଷା ଦେଇଛନ୍ତି । ଯାହା ଫଳରେ ପରିବାରର ଦୁଇ ଜଣ ଶିକ୍ଷକ ଥିବା ବେଳେ ଆଉ ଦୁଇ ଜଣ କମ୍ପାଉଣ୍ଡର । ଏଥି ସହିତ ଅନ୍ୟ ସଦସ୍ୟ ବିଭିନ୍ନ ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ପରିବାରର ମୂଳ ବେଉସା ଚାଷ । ୩୦୯ ଏକର ଜମିରେ ଚାଷ ସହିତ କୁକୁଡ଼ା ଚାଷ, ଗୋ ପାଳନ ଆଦି କରିଥାନ୍ତି । ଆଉ ଘର ସହ ସମସ୍ତ ହିସାବ ପତ୍ର ବୁଝିବା ସହ ଟଙ୍କା ନିବେଶ ମଧ୍ୟ କରନ୍ତି ଘରର ବଡ଼ ପୁଅ । ଯେଉଁଥିପାଇର୍ କେବେ ଆର୍ଥିକ ସଂକଟ ଦେଖାଯାଇନି । ପରିବାରର ମହିଳାଙ୍କ ମଧ୍ୟରେ କିଏ ରୋଷେଇ କରିବ, କିଏ ଚାଷ କରିବ ଆଉ କିଏ କ୍ଷୀର ବିକିବ ଏହି ସବୁ ବାଣ୍ଟି ଦିଆଯାଇଛି । ତେଣୁ ଏମାନଙ୍କ ମଧ୍ୟରେ କେବେ ବି କଳି ଝଗଡ଼ା ପରିସ୍ଥିତି ଦେଖାଯାଏନି । ଏତେ ବଡ଼ ପରିବାର ହେଲେ ବି ସମସ୍ତେ ଖୁସିରେ ଚଳନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com