
ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଦୁହେଁ ବିବାହ କରିବାକୁ ଯାଉଛନ୍ତି। ମଲାଇକା ଆରୋରା ଆଜି ଏକ ପୋଷ୍ଟ ସହିତ ଏହା ନିଶ୍ଚିତ କରିଛନ୍ତି। ମଲାଇକା ଆରୋରା ଏକ ସୁନ୍ଦର ଚିତ୍ର ସେୟାର କରିଛନ୍ତି କିନ୍ତୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି କ୍ୟାପସନ ଯାହା ମଲାଇକା ଏହି ପୋଷ୍ଟ ସହିତ ଲେଖିଛନ୍ତି।
ଏହି ପୋଷ୍ଟ ପରେ ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ମଲାଇକାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଦୁହେଁ କେବେ ବିବାହ କରିବେ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଖବର ଅନୁଯାୟୀ ଚଳିତ ବର୍ଷ ଡିସେମ୍ବରରେ ଏହି ଦମ୍ପତି ବିବାହ କରିପାରନ୍ତି। ମଲାଇକା ଆରୋରା ଏବଂ ଅର୍ଜୁନ କପୁର ନିଜ ସମ୍ପର୍କକୁ ଲୁଚାଇ ନାହାଁନ୍ତି ଏବଂ ସୋସିଆଲ ମିଡିଆରେ ଅନେକ ସମୟରେ ରୋମାଣ୍ଟିକ ଚିତ୍ର ସେୟାର କରନ୍ତି । ନିକଟରେ ଯେତେବେଳେ ସେମାନଙ୍କର ବ୍ରେକଅପ୍ ଖବର ଆସିଲା, ଅର୍ଜୁନ କପୁର ଏହାକୁ ଏକ ଗୁଜବ ବୋଲି କହିଥିଲେ। ପ୍ରଶଂସକଙ୍କ ସହ ଆମେ ମଧ୍ୟ ଅର୍ଜୁନ ଏବଂ ମଲାଇକାଙ୍କ ବିବାହକୁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛୁ।