
ଭୁବନେଶ୍ୱର: ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି। ଜଣେ ଯୁବ ଅଭିନେତା ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । କିଛି ସମୟ ପୂର୍ବରୁ ଏହା ସାମ୍ନାକୁ ଆସିଛି ଯେ ଟିଭି ଅଭିନେତା ସିଦ୍ଧାର୍ଥ ଭିର ସୁର୍ଯ୍ୟବଂଶୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଏହି ଅଭିନେତା ଅନେକ ବଡ ଟିଭି ଶୋ’ରେ ନଜର ଆସିଛନ୍ତି । ମାତ୍ର ୪୬ ବର୍ଷ ବୟସରେ ଥିଲେ ଏବଂ ସେ ମୁମ୍ବାଇରେ ରହୁଥିଲେ । ସିଦ୍ଧନ୍ତ ଅନେକ ସିରିଏଲରେ କାମ କରିଛନ୍ତି | ଖବର ଅନୁଯାୟୀ ସିଦ୍ଧାର୍ଥ ଜିମରେ କାମ କରୁଥିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି।