ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଦୁଇ ଚକିଆ ନିର୍ମାତା ଓଲା ଇଲେକ୍ଟ୍ରିକ୍ ବର୍ତ୍ତମାନ ବାଇକ୍ ସେଗମେଣ୍ଟରେ ମଧ୍ୟ ପ୍ରବେଶ କରିବାକୁ ଯାଉଛି। କମ୍ପାନୀ ନିଜେ ଏହା ପ୍ରକାଶ କରିଛି। ସୋସିଆଲ ମିଡିଆ ସର୍ଭେ ମାଧ୍ୟମରେ ଓଲା ଇଲେକ୍ଟ୍ରିକ୍ ର ପ୍ରତିଷ୍ଠାତା ତଥା ସିଇଓ ଭବୀ ଅଗ୍ରୱାଲ ଏହା ଘୋଷଣା କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଏହା ଏକ ପ୍ରିମିୟମ୍ କ୍ୟାଟେଗୋରୀ ବାଇକ୍ ହୋଇପାରେ, ଯାହା ସାଧାରଣ ମୋଡରେ ଚାର୍ଜ ପିଛା ୧୨୦ ରୁ ୧୫୦ କିଲୋମିଟର ଦୂରତା ଦେଇପାରିବ । ଏହା ସହିତ କମ୍ପାନୀ ଭାରତୀୟ ବଜାରରେ ଓଲା ଇଲେକ୍ଟ୍ରିକ୍ କାର୍ ଲଞ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି। କମ୍ପାନୀ କାରକୁ ଅନେକ ଥର ଟିଜ୍ କରି ଡିଜାଇନ୍ ବିଷୟରେ ପ୍ରକାଶ କରିଛି।