ସୌମ୍ୟଙ୍କ ଚର୍ଚ୍ଚିତ ୫-ମ ଫର୍ମୁଲା

ଭୁବନେଶ୍ୱର,୨୮/୧୧/୨୦୨୨- ମାତୃଭାଷାର ସୁରକ୍ଷା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ମୋବାଇଲର ସୁକ୍ଷ୍ମ ଏବଂ ସକରାତ୍ମକ ବ୍ୟବହାର ଜରୁରୀ । ଇଂରାଜୀକୁ ପ୍ରାଧାନ୍ୟ ଦେବାକୁ ଯାଇ – ମାତୃଭାଷା ଓଡିଆକୁ ହତାଦାର ପ୍ରକ୍ରିୟା ଆସନ୍ତା ଦିନରେ ଭାରି ପଡିବ । ବରିଷ୍ଠ ଆଇନିଜୀବୀ ଉମାକାନ୍ତ ନନ୍ଦଙ୍କ ଆତ୍ମଜୀବନୀ ‘‘ମନେଅଛି ‘‘ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏଭଳି ସତର୍କ କରାଇଛନ୍ତି ।
ଭବିଷ୍ୟତ ପିଢିକୁ ମାତ୍ରାଧିକ ଏବଂ କେବଳ ଇଂରାଜୀ ଶିକ୍ଷା ଦେଇ ନିରାପଦ ଦୂରତା ଆଶାରେ ଥିବା ଅଭିଭାବକ ଆଗକୁ ପସ୍ତାଇବେ । ଏହି ଅବସରରେ ୫-ମ ଯଥା – ମା, ମାଟି, ମାତୃଭାଷାକୁ ଭଲ ପାଇବା, ମୋବାଇଲକୁ ମାତୃଭାଷାର ସୁରକ୍ଷା ଏବଂ ମଦ ଠାରୁ ଦୂରେଇ ରହିବାକୁ ଫର୍ମୁଲା ଦେଇଥିଲେ । ୫-ମ ଆଧାରରେ ଅଭିଯାନ ଆରମ୍ଭ ନେଇ ସୌମ୍ୟଙ୍କ ନୂଆ ଫର୍ମୁଲା ଏବେ ଭିନ୍ନ ଏକ ଆଲୋଚ୍ୟର ବିଷୟ ହୋଇଛି । ଓଡିଶାର ପୁରାତନ ଅତୀତର ଯେଉଁ ଗାରିମାମୟ ଇତିହାସ ଥିଲା – ନିକଟ ଅତୀତରେ ଇତିହାସ ବରଂ ଖରାପ ହୋଇଯାଇଛି । ଏହି ୫-ମ ଜରିଆରେ ଉଭୟ ନିକଟ ଏବଂ ଆଗାମୀ ସମୟ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି ସମ୍ଭବ ବୋଲି ସେ କହିଥିଲେ ।