Featuredଜାତୀୟରାଜନୀତି

ମେହବୁବା ମୁଫତିଙ୍କୁ ଘର ଖାଲି କରିବାକୁ ପ୍ରଶାସନର ନୋଟିସ୍

ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଘର ଖାଲି କରିବାକୁ ୨୪ ଘଣ୍ଟାର ସମୟ ଦିଆଯାଇଛି। ଶନିବାର ଅନନ୍ତନାଗର କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ମୁଫତିଙ୍କ ବ୍ୟତୀତ ରାଜ୍ୟର ଅନେକ ବିଧାୟକଙ୍କୁ ମଧ୍ୟ ନିଜର ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ଅଧିକାରୀ କହିଛନ୍ତି, ମୁଫତିଙ୍କୁ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମିଳିଥିବା କ୍ଵାର୍ଟର ନମ୍ବର ୭କୁ ଖାଲି କରିବାକୁ ପଡିବ। ଏହି ବାସଭବନ କଲୋନୀ ଖାନବଲରେ ଅବସ୍ଥିତ। ନିର୍ଦ୍ଧାରିତ ସମୟ ଭିତରେ ଘର ଖାଲି ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।

Related Articles

Back to top button