ଓଡ଼ିଶା
ଆହୁରି ୨ରୁ ୩ ଡିଗ୍ରି ଖସିବ ତାପମାତ୍ରା, ବଢ଼ିବ ଶୀତ

ଭୁବନେଶ୍ବର: ଆସନ୍ତା ୨ ଦିନରେ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ଖସିବା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ପାଇବ । ଫଳରେ ଦକ୍ଷିଣ ଓଡ଼ିଶା ଆଜି ଠାରୁ ଥରିବ। ରାଜ୍ୟରେ ସକାଳୁ ସକାଳୁ କୁହୁଡ଼ିଆ ପାଗ ଦେଖିବାକୁ ମିଳିବ । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି । ଫୁଲବାଣୀରେ ଗତକାଲି 10.05 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ, ଦାରିଙ୍ଗବାଡ଼ିରେ 13ଡିଗ୍ରୀ ଥିଲା ତାପମାତ୍ରା । ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ବି ପରିଲକ୍ଷିତ ହେଲାଣି ।