ଭୁବନେଶ୍ୱର: ସୋସିଆଲ ମିଡିଆ ଯୁଗରେ, ଅନେକ ବଲିଉଡ ଷ୍ଟାର କିଡ୍ସ ଏମିତି ଅଛନ୍ତି ଯେଉଁମାନେ କି ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଲୋକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି ଏବଂ ସେମାନେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଭିନ୍ନ ବିଜ୍ଞାପନର ପ୍ରଚାର କରି ମୋଟା ଅଙ୍କର ଅର୍ଥ ମଧ୍ୟ ପାଉଛନ୍ତି । ତେବେ ଫିଲ୍ମରେ ଅଭିନୟ କରିବା ପାଇଁ ଷ୍ଟାର କିଡ୍ସ କେତେ ଫି ନେଉଛନ୍ତି ସେନେଇ Koimoi.com ଏକ ରିପୋର୍ଟ ପ୍ରକାଶ କରିଛି । ଆସନ୍ତୁ ନଜର ପକାଇବା ତାଲିକାର ପ୍ରଥମରେ କେଉଁ ଅଭିନେତ୍ରୀ କି ଅଭିନେତା ରହିଛନ୍ତି ….
ସାରା ଅଲି ଖାନ: ଗୋଟିଏ ଚଳଚ୍ଚିତ୍ର ପାଇଁ ସାରା ପାରିଶ୍ରମିକ ବାବଦକୁ ୫ ରୁ ୭ କୋଟି ନେଇଥାନ୍ତି।ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ବଡ ଝିଅ ସାରାଙ୍କ ସମ୍ପତ୍ତି ୪୦ ରୁ ୫୦ କୋଟି ଟଙ୍କା ହେବ।
ଜାହ୍ନବୀ କପୁର: କରଣ ଜୋହରଙ୍କ କମ୍ପାନୀରେ ନିର୍ମିତ ‘ଧଡକ’ରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ ଆଜି ଗୋଟିଏ ଫିଲ୍ମ ପାଇଁ ୩ ରୁ ୬ କୋଟି ଟଙ୍କା ଫି ନେଉଛନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବ୍ରାଣ୍ଡକୁ ସମର୍ଥନ କରିବା ପାଇଁ ସେ ୫୦ ରୁ ୬୦ ଲକ୍ଷ ଟଙ୍କା ନେଇଥାନ୍ତି । ଅଭିନେତ୍ରୀ ଶ୍ରୀଦେବୀ ଏବଂ ନିର୍ମାତା ବୋନି କପୁରଙ୍କ ଝିଅ ଜାହ୍ନବୀଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୬୬ କୋଟି ହେବ ବୋଲି କୁହାଯାଉଛି।
ଅନନ୍ୟା ପାଣ୍ଡେ: ଅନନ୍ୟାଙ୍କ ଫି ପ୍ରତି ଫିଲ୍ମରେ ୩ ରୁ ୪ କୋଟି ଟଙ୍କା ବୋଲି କୁହାଯାଉଛି। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୩୫ ରୁ ୪୦ କୋଟି ଅଟେ।
ଇଶାନ ଖଟ୍ଟର: ସାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟରଙ୍କ ଫି ପ୍ରତ୍ୟେକ ଫିଲ୍ମ ପାଇଁ ୬୦ ରୁ ୮୦ ଲକ୍ଷ ଟଙ୍କା । ଜାହ୍ନବୀ କପୁରଙ୍କ ବିପକ୍ଷରେ ‘ଧଡକ’ ସହିତ ଇଶାନ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଇଶାନଙ୍କ ସମ୍ପତ୍ତି ମୂଲ୍ୟ ବର୍ତ୍ତମାନ ୧୧ ରୁ ୧୫ କୋଟି ଟଙ୍କା ବୋଲି କୁହାଯାଉଛି।