ସ୍ୱାସ୍ଥ୍ୟ
କୋଭିଡ ଚିକିତ୍ସା ସମୟରେ ଅଚେତ ହୋଇଯାଉଛନ୍ତି ଡାକ୍ତର
![](https://i0.wp.com/odia.mobilenews24x7.com/wp-content/uploads/2022/12/TELEMMGLPICT000320239821_trans_NvBQzQNjv4Bq7t4Eljyiy6iRMFuEKY2dXA1vLvhkMtVb21dMmpQBfEs.webp?resize=480%2C300&ssl=1)
ସୋସିଆଲ ମିଡିଆରେ ଚୀନର କରୋନା ସ୍ଥିତିକୁ ନେଇ କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଚୀନ୍ରେ କୋଭିଡ-୧୯ ନିୟମକୁ କୋହଳ କରାଯିବା ପରେ ସେଠାରେ ସଂକ୍ରମଣ ସ୍ଥିତି ବିଗିଡ଼ି ଯାଇଛି। ଡାକ୍ତରଖାନାରେ କରୋନା ରୋଗୀଙ୍କ ସଂଖ୍ୟା ଏପରି ମାତ୍ରାରେ ବଢ଼ିଛି ଯେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଚୀନର ଚୋଙ୍ଗକିଙ୍ଗ ସହରର ବୋଲି ଜଣାପଡ଼ିଛି।
ଚୋଙ୍ଗକିଙ୍ଗର ଏକ ହସ୍ପିଟାଲର ଜରୁରୀକାଳିନ ବିଭାଗର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି, ରୋଗୀ ଚଟଣାର ଏଣେତେଣେ ପଡ଼ିଥିବା ବେଳେ ଡାକ୍ତର ସେମାନଙ୍କୁ ସିପିଆର ଦେଉଛନ୍ତି। ସେହିପରି ଆଉ ଏକ ଭିଡିଓରେ ଦେଖିବାକୁ ମିଳୁଛି ଡାକ୍ତର ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ହଠାତ ଅଚେତ ହୋଇପଡ଼ିଯାଉଛନ୍ତି। ସଙ୍ଗେସଙ୍ଗେ ତାଙ୍କୁ ଅନ୍ୟ ଡାକ୍ତରମାନେ ଘଟଣାସ୍ଥଳରୁ ଉଠାଇ ନେଇ ଚିକିତ୍ସା ଆରମ୍ଭ କରୁଛନ୍ତି।