ସ୍ୱାସ୍ଥ୍ୟ

ବୁଷ୍ଟର ଡୋଜ ଭାବେ ଆଜିଠାରୁ ଦିଆଯାଇପାରିବ କୋର୍ବେଭାକ୍ସ

ବୁଷ୍ଟର ଡୋଜ ଭାବେ ଆଜି ଠାରୁ ଦିଆଯାଇପାରିବ କୋର୍ବେଭାକ୍ସ । କୋଭିସିଲ୍ଡ, କୋଭାକ୍ସିନ୍ ଭଳି କୋର୍ବେଭାକ୍ସକୁ ମଧ୍ୟ ବୁଷ୍ଟର ଡୋଜ ପାଇଁ ମିଳିଛି ଅନୁମତି । ବାୟୋଲୋଜିକାଲ- ଇ- କମ୍ପାନୀର ଏହି ଟିକାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ମିଳିସାରିଛି ଅନୁମତି । ପ୍ରଥମ ଦୁଇ ଡୋଜରେ କୋଭାକ୍ସିନ ଓ କୋଭିସିଲ୍ଡ ନେଇଥିଲେ ବି ନେଇପାରିବେ କୋର୍ବେଭାକ୍ସ । କୋୱିନ୍ ଆପ ଜରିଆରେ ପଞ୍ଜିକରଣ କରି ଟିକାକରଣ କରିହେବ । ୧୮ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତି ଟିକାକରଣ କରିପାରିବେ । ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଥିବା ବେଳେ କୋର୍ବେଭାକ୍ସର ବୁଷ୍ଟର ଡୋଜ ପାଇଁ ଅନୁମତି ମିଳିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି । ଭାରତ ସରକାରଙ୍କୁ ବାୟୋଲୋଜିକାଲ ଲିମିଟେଡ ପକ୍ଷରୁ ୧୦୦ ମିଲିୟନ କୋର୍ବେଭାକସ ଡୋଜ ଟିକା ଯୋଗାଇ ଦେଇଛି । ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଭାରତର ପ୍ରଥମ ସ୍ୱେଦେଶୀ ଆରବିଡି ପ୍ରୋଟିନ୍ କୋର୍ବେଭାକ୍ସ ଟିକା ଚଳିତ ବର୍ଷ ମାର୍ଚ୍ଚ ୧୬ ଦିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com