ସ୍ୱାସ୍ଥ୍ୟ

ଶୁକ୍ରବାର ଆସିପାରେ କରୋନା ପାଇଁ ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର, ୨୩/୧୨/୨୦୨୨-   କରୋନା ନୂଆ ପ୍ରଜାତି ଓଡ଼ିଶାରେ ଦେଖାଯିବା ପରେ ଏହାକୁ ପ୍ରତିହତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ଗୁରତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି । କରୋନା ପାଇଁ ଭାରତ ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଦେଶନାମା ଆସିଛି । ରାଜ୍ୟ ସରକାରଙ୍କ ନୂଆ ଆଡ଼ଭାଇଜରୀ ଆଜି ସନ୍ଧ୍ୟା ସୁଦ୍ଧା ଆସିପାରେ । କେମିତି ଏସବୁକୁ କାର୍ଯ୍ୟକାରୀ କରାଯିବ ତାହାକୁ ନେଇ ଏହି ବୈଠକ ବସିଥିଲା ।

ଭିଡ଼କୁ ନ ଯିବା ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । କୋଭିଡ ଲକ୍ଷଣ ଦେଖାଦେଲେ ଟେଷ୍ଟିଙ୍ଗ କରାଯିବ । ଯାହାର ପଜିଟିଭ ବାହାରିବ ଜିନମ ସିକ୍ଯୁଏନସି ବାହାର କରାଯିବ । ଆଗକୁ ହକି ବିଶ୍ୱକପ ଥିବାରୁ ସ୍ୱତନ୍ତ୍ର ନଜର ରଖାଯାଇଛି । ଖେଳ ସମୟରେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ଏ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com