ସ୍ୱାସ୍ଥ୍ୟ

ଉତ୍ତର କୋରିଆରେ କରୋନାର ପ୍ରଥମ ମାମଲା, ଦେଶବ୍ୟାପୀ ଲକଡାଉନ ଘୋଷଣା କଲେ ତାନାଶାହୀ

ଉତ୍ତର କୋରିଆ: ସାରା ବିଶ୍ୱକୁ ପୁଣି କଲବଲ କରିବକାୁ ଲାଗିଲାଣି କରୋନା ମହାମାରୀ । ଅନେକ ଦେଶରେ ଭୂତାଣୁ ତାର ପ୍ରକୋପ ଦେଖାଇବାକୁ ଲାଗିଲାଣି । ଏବେ ଉତ୍ତରକୋରିଆରେ ଏଣ୍ଟ୍ରି ମାରିଛି ମହାମାରୀ । କରୋନା ସଂକ୍ରମଣର ପ୍ରଥମ ମାମଲା ଏଠାରେ ନିଶ୍ଚିତ ହୋଇଛି । ଫଳରେ ଦେଶବ୍ୟାପୀ ତାଲାବନ୍ଦ କରିବାକୁ ଘୋଷଣା ହୋଇଛି ।

ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଦ୍ୱାରା ଏହି ଲକଡାଉନ ଘୋଷଣା ହୋଇଛି । ଫଳରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି । ଏହାପୂର୍ବରୁ ଉତ୍ତର କୋରିଆ କୌଣସି କରୋନା ମାମଲା ଆସିନିଥିଲା । ସରକାର ମଧ୍ୟ ନିଜେ ଏନେଇ ନିଶ୍ଚିତ କରିଥିଲେ । ଏବେ କିନ୍ତୁ ବର୍ତ୍ତମାନ ସରକାର ଏନେଇ ନିଜେ ନିଶ୍ଚିତ କରିଛନ୍ତି । ଫଳରେ ପ୍ରତିବନ୍ଧକ ମଧ୍ୟ ଘୋଷଣା କରାଯାଇଛି ।

ଯଦିଓ କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବରୁ ମଧ୍ୟ କୋରିଆରେ କରୋନା ସଂକ୍ରମଣର ଅନେକ ମାମଲା ଦେଖିବାକୁ ମିଳିଥିଲା । କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ପ୍ୟୋଙ୍ଗୟାଙ୍ଗରେ ମିଳିଥିବା ରୋଗୀଙ୍କଠାରେ ଜ୍ୱର ଲକ୍ଷଣ ରହିଛି । ଯାଞ୍ଚ ପରେ ଓମିକ୍ରନ୍ BA.2 ପ୍ରକାର ନିଶ୍ଚିତ ହୋଇଛି । କିମ ଜୋଙ୍ଗ ଉନ ଗୁରୁବାର ଦିନ ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଡାକିଥିଲେ ।

ପରେ କରୋନା ସଙ୍କଟର ମୁକାବିଲା ପାଇଁ ଲକଡାଉନ କରିବାକୁ ଘୋଷଣା କରିଥିଲେ । କିମ ଜୋଙ୍ଗ ଉନ୍ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ସହରରେ ଲକଡାଉନ୍ ଲାଗୁ କରାଯାଉ । ଏମିତିକି ଏହି ସବୁ ପ୍ରତିବନ୍ଧକ ପାଳନ କରାଯିବା ଉଚିତ୍ । ତେବେ କୋରିଆ ନାଗରିକଙ୍କ ଉପରେ କେଉଁ ପ୍ରତିବନ୍ଧକ ଲଗାଯାଇଛି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com