ସ୍ୱାସ୍ଥ୍ୟ

ଭାରତରେ BA.4 ଓ BA.5 ନୂଆ ମାମଲା, ମହାରାଷ୍ଟ୍ର୍ର ଓ ପୁନେରୁ ୭ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଚିହ୍ନଟ ହେଲା ଓମିକ୍ରନର ଭାରିଆଣ୍ଟ BA.4 ଓ BA.5 ଆଉ କିଛି ମାମଲା । ମହାରାଷ୍ଟ୍ର ପୁଣେରୁ BA.4 ର ୪ଟି ମାମଲା ଓ BA.5 ର ୩ଟି ମାମଲା ଚିହ୍ନଟ ହୋଇଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୩ ଜଣ ମହିଳା । ରାଜ୍ୟରେ ପ୍ରଥମ ଥର ଏସବୁ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଚିହ୍ନଟ ବ୍ୟକ୍ତିମାନଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ରହିଛି ଓ ସମସ୍ତେ ଘରେ ଚିକିତ୍ସିତ ହେଉଛନ୍ତି । ଗତ ୨୦ ତାରିଖରେ ଭାରତର ପ୍ରଥମ BA.4 ମାମଲା ହାଇଦ୍ରାବାଦରେ ଚିହ୍ନଟ ହୋଇଥିଲା । BA.4 ସବ୍-ଭାରିଆଣ୍ଟ ଗତ ଜାନୁଆରି ୧୦ ରେ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋରେ ଚିହ୍ନଟ ହୋଇଥିଲା । ସେହିପରି BA.5 ସବ୍- ଭାରିଆଣ୍ଟ ଫେବ୍ରୁଆରି ୨୫ରେ ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାଟାଲଠାରେ ପ୍ରଥମ ଥର ଚିହ୍ନଟ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com