ଭୁବନେଶ୍ୱର: ହସ୍ପିଟାଲରେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ । ରୁଟିନ ଚେକଅପ ପାଇଁ ତାଙ୍କୁ ସାର୍ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୀତ ପାଇଁ ସେ ଟିକିଏ ଅସୁସ୍ଥ ଅନୁଭବ କରୁଥିଲେ । କୁହାଯାଉଛି ଯେ ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ସୋନିଆ ଗାନ୍ଧୀ ସାର୍ ଗଙ୍ଗରାମ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୁହାଯାଉଛି ଯେ ୟୁପିରୁ ରାହୁଲ ଗାନ୍ଧୀ ଆଜି ସନ୍ଧ୍ୟାରେ ଦିଲ୍ଲୀ ଆସି ଡାକ୍ତରଖାନାରେ ତାଙ୍କ ମାଙ୍କୁ ଭେଟିବାକୁ ଯିବେ।