ଅନ୍ୟାନ୍ୟ
ସାବଧାନ ! ଆପଣଙ୍କ କଣ୍ଠସ୍ୱର ବି ହୋଇପାରେ ନକଲ
![](https://i0.wp.com/odia.mobilenews24x7.com/wp-content/uploads/2023/01/VOICE-e1673416984762.jpg?resize=780%2C470&ssl=1)
ଭୁବନେଶ୍ୱର, ୧୧/୦୧/୨୦୨୩ – ଯେକୌଣସି ଲୋକର କଣ୍ଠସ୍ୱରକୁ ନକଲ କରା ଯାଇପାରିବ । ଏଥିପାଇଁ ମାତ୍ର ୩ର ସେକେଣ୍ଡ ଅଡିଓ କ୍ଲିପ୍ ଆବଶ୍ୟକ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ସହିତ ଜଡିତ ଟେକ୍ନୋଲୋଜି ସାହାଯ୍ୟରେ ଏହା ସମ୍ଭବ ହୋଇଛି । AI ଟେକ୍ନୋଲୋଜି ଆଜିକାଲି ଲଗାତାର ଭାବରେ ଚର୍ଚ୍ଚାରେ ରହୁଛି ଓ ଏହା ସହ ଜଡିତ ନୂଆ ପରୀକ୍ଷଣ କରାଯାଉଛି । ସଫ୍ଟୱେର୍ କମ୍ପାନୀ ମାଇକ୍ରୋସଫ୍ଟ ଏବେ ଏକ ନୂଆ VALL-E ଟେକ୍ନୋଲୋଜି ବିକଶିତ କରିଛି, ଯାହାର ଅପବ୍ୟବହାରର ଭୟ ସମସ୍ତଙ୍କୁ ଡରାଉଛି ।