ଭୁବନେଶ୍ୱର: ସାତପଡା ଚିଲିକାରେ କୁମ୍ଭୀର । ଶୁକ୍ରବାର ଜହ୍ନିକୁଦାରୁ ସାତପଡା ଅଭିମୁଖେ କିଛି ଯାତ୍ରୀଙ୍କୁ ନେଇ ବାହାରିଥିଲା ଏକ ଘରୋଇ ଡଙ୍ଗା । ଚିଲିକାର ମୋହିଁସା ନିକଟ କୁଦରେ ଗୋଟିଏ କୁମ୍ଭୀର ଶୋଇଥିବାର କିଛି ଯାତ୍ରୀ ଦେଖିବାକୁ ପାଇଥିଲେ ।
ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ମୋବାଇଲରେ ଭିଡିଓ କରିଥିଲେ । ଯେଉଁଥିରେ ଚିଲିକାର କୁଦ ଉପରେ କୁମ୍ଭୀରଟି ଶୋସିଥିବାର ଦେଖିବାକୁ ପାଇବେ । ପରେ ଡଙ୍ଗାର ଶବ୍ଦରେ କୁମ୍ଭୀରଟି ପରେ ପାଣି ଭିତରୁ ଚାଲିଯାଉଛି । ଜାହାର ଏକ ଭିଡିଓ ଏବେ ମୋବାଇଲିରୁ ମୋବାଇଲି ଘୁରିବୁଲୁଛି ।