ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୌସାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ୟ୍ୟାୟକୁ ଉଦଘାଟନ କରିବେ। ଏହା ହେଉଛି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଦେଶର ସବୁଠାରୁ ଦୀର୍ଘ ଏକ୍ସପ୍ରେସୱେ , ଯାହାର ଲମ୍ବ ୧,୩୮୬ କିଲୋମିଟର ହେବ ।
ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ, ଦିଲ୍ଲୀ-ଦୌସା-ଲାଲସୋଟ୍ ର ପ୍ରଥମ ଭାଗକୁ ଉଦଘାଟନ କରିବେ । ଏହା ୨୪୬ କିଲୋମିଟର ପରିବ୍ୟାପ୍ତ ଏବଂ ୧୨,୧୫୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ଦ୍ୱାରା ଦୁଇ ପ୍ରମୁଖ ସହର ମଧ୍ୟରେ ବର୍ତ୍ତମାନର ଯାତ୍ରା ସମୟ ବର୍ତ୍ତମାନର ୫.୫ ଘଣ୍ଟାରୁ ମାତ୍ର ୩ ଘଣ୍ଟାକୁ କମିଯିବ ବର୍ତ୍ତମାନର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ୪୮ ରାଜପଥରେ ମଧ୍ୟ ଭିଡ଼କୁ କମାଇବ ।
ଏହାପରେ ମୋଦୀ ରାଜସ୍ଥାନ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ ୩ଟାରେ ସେ ଦୌସାରେ ପହଞ୍ଚି ଶିଳାନ୍ୟାସ କରିବା ସହ ୧୮,୧୦୦ କୋଟିରୁ ଅଧିକ ଟଙ୍କାର ସଡ଼କ ବିକାଶ ପ୍ରକଳ୍ପର ଲୋକାର୍ପଣ କରିବେ।