![](https://i0.wp.com/odia.mobilenews24x7.com/wp-content/uploads/2023/03/f29c4f5b55.jpg?resize=780%2C470&ssl=1)
ରଦ୍ଦ ହେଲା ରାହୁଲଙ୍କ ଲୋକସଭା ସଦସ୍ୟତା । ମିଳୁୂଛି ଝଟ୍କା ପରେ ଝଟ୍କା । ଗୁରୁବାର ମୋଦୀ ସରନେମ୍ ମାମଲାରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ଶୁଣାଇ ଥିଲେ ସୁରତ ହାଇକୋର୍ଟ । ଏହା ପରେ ଚାଲିଯାଇଛି ରାହୁଲଙ୍କ ସଦସ୍ୟତା । ଘଟଣା ଅନୁସାରେ ୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାବେଳେ ସେ କହିଥିଲେ ଯେ ସମସ୍ତ ଚୋରଙ୍କ ନାମ କିପରି ମୋଦୀ ହୋଇପାରିବ? ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ମାମଲା ଗୁଜୁରାଟରେ ବିଜେପି ନେତା ପୂର୍ଣ୍ଣେଶ ମୋଦୀ ଦାଖଲ କରିଥିଲେ। ତେବେ ରାହୁଲଙ୍କୁ କୋର୍ଟ ଦୁଇ ବର୍ଷ ସଜା ଶୁଣାଇବା ପରେ ତୁରନ୍ତ ବେଲ୍ ମଧ୍ୟ ମିଳିଯାଇଥିଲା। ହେଲେ ‘ମୋଦୀ ସରନେମ’ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ହରାଇଛନ୍ତି। ଏହି ମାମଲାରେ ଗତକାଲି ସୁରତ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ସଜା ଶୁଣାଇବା ପରେ ଆଜି ରାହୁଲଙ୍କ ପାଇଁ ଏହା ଦ୍ୱିତୀୟ ଝଟକା। ସମ୍ବିଧାନର ଧାରା ୧୦୨(୧)(ଇ) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । । ରାହୁଲ ଗାନ୍ଧୀ କେରଳର ୱାୟାନାଡର ସାଂସଦ ଥିଲେ। ଗତକାଲି ଗୁଜରାଟର ସୁରତ କୋର୍ଟ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିବୃତ୍ତି ପାଇଁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଏବଂ ଉଚ୍ଚ ନ୍ୟାୟାଳୟରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ୩୦ ଦିନ ସମୟ ମଧ୍ୟ ଦେଇଥିଲେ।