![](https://i0.wp.com/odia.mobilenews24x7.com/wp-content/uploads/2023/04/1K1dj8NB.jpg?resize=780%2C470&ssl=1)
ଆଜି ଏକ ଦିନର ଅନଶନର ଡାକରା ଦେଇଛନ୍ତି ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ତେବେ ତାଙ୍କର ଏହି ଡାକରାକୁ ଦଳ ସମ୍ପୂର୍ଣ୍ଣ ଭାବେ ଅରାଜି ପ୍ରକାଶ କରିଛି । ଦଳ କହିଛି ପାଇଲଟ ଯାହା କରିବାକୁ ଯାଉଛନ୍ତି ତାହା ସମ୍ପୁର୍ଣ୍ଣ ଭୁଲ । ତାଙ୍କୁ ଏଭଳି କୌଣସି ପଦକ୍ଷପ ନେବା ଉଚିତ ନୁହେଁ । କାରଣ ଏହା ଦଳ ବିରୁଦ୍ଧରେ ହେବ ବୋଲି ଦଳ ପ୍ରକାଶ କରିଛି । କିନ୍ତୁ ଏଯାଏଁ ଏହା ସ୍ପଷ୍ଟ ହୋଇ ନାହିଁ ଯେ ସଚିନ ଆଜି କରିବେ କଣ?
ତେବେ ସୂଚନାମୁତାବକ ଆଜି ଜୟପୁରର ଶହୀଦ ମେମୋରିଆଲରେ ବର୍ତ୍ତମାନର ସିଏମ ଗେହଲଟ ସରକାରଙ୍କ ବିରୋଧରେ ପାଇଲଟ ଉପବାସ କରିବେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ପାଇଁ ସୋମବାର ରାତିରେ ସଚିନ ପାଇଲଟଙ୍କୁ କଂଗ୍ରେସ କଡ଼ା ଚେତାବନୀ ଦେଇଛି। ଦଳ ଖୋଲାଖୋଲି ଭାବେ କହିଛି ଯେ ଏଭଳି କୌଣସି କାର୍ଯ୍ୟକଳାପ ଦଳ ବିରୋଧୀ କାର୍ଯ୍ୟକଳାପ ଭାବରେ ବିବେଚନା କରାଯିବ।
ବର୍ତ୍ତମାନ କଂଗ୍ରେସ ସ୍ପଷ୍ଟ କରିଦେଇଛି ଯେ ପାଇଲଟଙ୍କ ଅନଶନକୁ ଅନିର୍ଦ୍ଦିଷ୍ଟ କାଳ ଭାବେ ବିବେଚନା କରାଯିବ, ସେ ତାଙ୍କ ଦଳ ଦ୍ୱାରା ଟଣା ଯାଇଥିବା ଲକ୍ଷ୍ମଣ ରେଖା ଅତିକ୍ରମ କରିଛନ୍ତି ନା ତାଙ୍କ ନିଷ୍ପତ୍ତି ରେ ପ୍ରତ୍ୟାହାର କରୁଛନ୍ତି ତାହା ଦେଖିବା ବାକୁ ରହିଲା ।