ଅନ୍ୟାନ୍ୟ
ପୁଲିସ ଉପରକୁ ପଥର ମାଡ଼ : ୩ ଆହତ
![STONE](https://i0.wp.com/odia.mobilenews24x7.com/wp-content/uploads/2023/04/STONE-e1681310981187.jpg?resize=570%2C426&ssl=1)
ସମ୍ବଲପୁର, ୧୨/ ୦୪/ ୨୦୨୩ – ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପୁଲିସ ଉପରକୁ ପଥର ମାଡ଼ ହୋଇଥିବା ଜଣାପଡ଼ିଛି । ଏଥିରେ ଧନୁପାଲି ଓ ଟାଉନ ଥାନା IICଙ୍କ ସମେତ ୩ ପୁଲିସ ଆହତ ହୋଇଛନ୍ତି । ଦୁଇ IICଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆହତ ପୁଲିସ ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମତିଜିରା ମସଜିଦ ନିକଟର ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟ ଏକ ଗୋଷ୍ଠୀର ଲୋକେ ଏହି ପଥର ମାଡ଼ କରିଥିବା ଜଣାପଡ଼ିଛି ।