ଛାଡ଼ପତ୍ର ପ୍ରସଙ୍ଗରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏଣିକି ବିଚ୍ଛେଦ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ ୬ମାସ । ଦମ୍ପତ୍ତି ଚାହିଁଲେ ତୁରନ୍ତ ହୋଇଯିବ ଛାଡ଼ପତ୍ର । ସ୍ୱାମୀ-ସ୍ତ୍ରୀ ଭାବେ ଏକାଠି ରହିବା ସମ୍ଭବ ନଥିବା ଦମ୍ପତିଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨କୁ ବ୍ୟବହାର କରି ବିବାହ ବିଚ୍ଛେଦକୁ ଅନୁମତି ଦେଇପାରିବେ ବୋଲି କହିଛନ୍ତି । ୨୦୧୪ରେ ଏକ ମାମଲାର ଶୁଣାଣି ସମୟରେ ଏଭଳି ରାୟ ଶୁଣାଇଛନ୍ତି ଜଷ୍ଟିସ ଏସକେ କୌଲ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ଏଏସ୍ ଓକା, ଜଷ୍ଟିସ ବିକ୍ରମନାଥ ଓ ଜଷ୍ଟିସ ଜେକେ ମାହେଶ୍ୱରୀଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ । ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ ସୁପ୍ରିମକୋର୍ଟଙ୍କ ପାଖରେ ପୁଣି ଏକାଠି ରହିବା ଅସମ୍ଭବ ହେଉଥିବା ବିବାହକୁ ଭାଙ୍ଗିବାର ଅଧିକାର ରହିଛି । ଏହି ରାୟ ପରେ ପରିବାର କୋର୍ଟ ନଯାଇ ସିଧାସଳଖ ସୁପ୍ରିମକୋର୍ଟରୁ ନେଇପାରିବେ ଛାଡ଼ପତ୍ର । ପୂର୍ବରୁ ବିଚ୍ଛେଦ ପାଇଁ ୬ ମାସ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ଯଦି ଏବେ ଦମ୍ପତ୍ତି ଚାହିଁବେ ତେବେ ସେମାନେ ତୁରନ୍ତ ଛାଡ଼ପତ୍ର ନେଇପାରିବେ ।
Related Articles
Check Also
Close
-
ପରିସ୍ଥିତି ହାହାକାର: ଲଙ୍କାରେ ଲାଗିଛି ନିଆଁApril 1, 2022