![ASO Result Cancel](https://i0.wp.com/odia.mobilenews24x7.com/wp-content/uploads/2023/05/aso_00000.jpg?resize=780%2C470&ssl=1)
କଟକ: ଏଏସଓ ନିଯୁକ୍ତି ଅନିୟମିତତା ମାମଲାରେ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଏଏସ୍ଓ ନିଯୁକ୍ତି ନେଇ ଓପିଏସ୍ସିର ମେରିଟ ଲିଷ୍ଟ ଖାରଜ କରିଛନ୍ତି ହାଇକୋର୍ଟ । ଏଏସ୍ଓ ନିଯୁକ୍ତିରେ ଅନିୟମିତିାକୁ ନେଇ ହାଇକୋର୍ଟରେ ହୋଇଥିବା ଆବେଦନର ଆଜି ଶୁଣାଣି ହୋଇଛି ।
ଓପିଏସ୍ସି ଦିବାରା ପରିଚାଳିତ ଏଏସ୍ଓ ପରୀକ୍ଷାର ମେରିଟ୍ ଲିଷ୍ଟକୁ କୋର୍ଟ ୍ଖାରଜ କରିଛନ୍ତି । ତେବେ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଣଶ ଦେଇଛନ୍ତି ହାଇକୋର୍ଟ । ତେବେ ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେପ୍ରସ୍ତୁତ କରିବାକୁ କୁହାଯାଇଛି । ୭୯୬ଟି ଏଏସ୍ଓପଦବୀ ପାଇଁ ଗତ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା ।