Breaking NewsFeaturedଅନ୍ତର୍ଜାତୀୟଜାତୀୟବିଜ୍ଞାନ ଓ ପ୍ରଯୁକ୍ତି
ସେନାରେ ସାମିଲ୍ ହେବ ଆଉ ୨୬ଟି ରାଫେଲ୍, ୩ଟି ବୁଡ଼ାଜାହାଜ
![26 More rafale Jets](https://i0.wp.com/odia.mobilenews24x7.com/wp-content/uploads/2023/07/26-More-rafale-Jets.jpg?resize=780%2C470&ssl=1)
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ସେନାରେ ସାମିଲ୍ ହେବ ଆଉ ୨୬ଟି ରାଫେଲ୍। ଏସବୁ କିଣା ହେବ ଫ୍ରାନ୍ସରୁ। ଫ୍ରାନ୍ସ ଠାରୁ ଭାରତୀୟ ସେନା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଯୁକ୍ତ ୨୬ଟି ରାଫେଲ୍ କିଣାଯିବ । ଯେଉଁଥିପାଇଁ କ୍ରିଉ ଟ୍ରେନିଂ ଓ ଲଜିଷ୍ଟିକ୍ ସହାୟତା ଯୋଗାଇବ ନୌସେନା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ରକ୍ଷା ଅଧିଗ୍ରହଣ ପରିଷଦରେ ନିଆଯାଇଛି ଏଭଳି ନିଷ୍ପତ୍ତି। ମୋଟ ୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି ପରିଷଦ।