Featuredଜାତୀୟ

ସରକାରୀ ବିଭାଗରେ ରହିବ ନାହିଁ ୧୫ ବର୍ଷ ପୁରୁଣା ଗାଡ଼ି

କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ୧୫ ବର୍ଷ ପୁରୁଣା ସରକାରୀ ଗାଡିକୁ ହଟାଇ ଦିଆଯିବ । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗରେ ୧୫ ବର୍ଷରୁ ଅଧିକ ପୁରୁଣା  ଗାଡ଼ି ଚାଲିପାରିବ ନାହିଁ । ଏ ସମ୍ପର୍କରେ କେନ୍ଦ୍ର ସରକାର ଏକ ନୀତି ପ୍ରସ୍ତୁତ କରି ରାଜ୍ୟ ସରକାରମାନଙ୍କୁ ପଠାଇଛନ୍ତି ବୋଲି ସେ କହିଛନ୍ତି । ଏସବୁ ଗାଡ଼ି ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ବସ୍, ଟ୍ରକ୍, କାର କିମ୍ବା ଏସୟୁଭି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ର ସରକାର ଏକ ଭେହିକ୍ଲ ସ୍କ୍ରାପେଜ୍ ପଲିସି ଘୋଷଣା କରିଥିଲେ । ଏପ୍ରିଲ ୧, ୨୦୨୨ରୁ ଏହା ଲାଗୁ ହୋଇଛି । ଏହା ମାଧ୍ୟମରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନୂଆ ନିର୍ଦ୍ଦେଶ ଉକ୍ତ ସ୍କ୍ରାପେଜ୍ ପଲିସୀର ଏକ ଅଂଶ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com