Featuredଭାଇରାଲ୍ ଭିଡିଓ

ମୃତ୍ୟୁ ମୁହଁରୁ ମହିଳାଙ୍କୁ ଟାଣି ଆଣିଲେ ଯୁବକ, ବିଚଳିତ କରିପାରେ ଭାଇରଲ ଭିଡିଓ

ଭୁବନେଶ୍ୱର: କୁହାଯାଏ ଯେ ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଉତ୍ତରପ୍ରଦେଶର ପ୍ରତାପଗଡରେ ଦେଖିବାକୁ ମିଳିଛି । ଜଣେ ଯୁବକ ଦୁର୍ଘଟଣା ହେବା ପୂର୍ବରୁ ମହିଳାଙ୍କୁ ଉଦ୍ଧାର କରିନେଇଥିଲେ।

ପ୍ରତାପଗଡ଼ର ଏମଜି ରୋଡରେ ଘଟିଥିବା ଏକ ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳେ ଯେ ଯୁବକ ଜଣକ ଟ୍ରକର ଟାୟାର ତଳେ ପଡି଼ଯାଉଥିବା ମହିଳାଙ୍କ ଜୀବନ ରକ୍ଷା କରି ସାହସିକତା ଏବଂ ମାନବିକତାର ଉଦାହରଣ ଦେଇଛନ୍ତି। ସଡକ ଦୁର୍ଘଟଣାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳେ ଯେ ଜଣେ ସ୍କୁଟି ଚଲାଉଥିବା ଜଣେ ମହିଳା ରାସ୍ତାରେ ଯାଉଥିବା ଟ୍ରକକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇବସିଥିଲେ। ଫଳରେ ତାଙ୍କ ସ୍କୁଟି ଟ୍ରକ ମଝିରେ ପଡିଯାଇଥିଲା। ଦୁର୍ଘଟଣା ଘଟିବା ପୂର୍ବରୁ ଘଟଣାସ୍ଥଳରେ ଠିଆ ହୋଇଥିବା ଯୁବକ ଜଣକ ଦୌଡ଼ିଯାଇ ମହିଳାଙ୍କୁ ବାହାରକୁ ଟାଣି ନେଇଥିଲେ, ଯାହାଫଳରେ ମହିଳା ଜଣକ ଟ୍ରକର ଚକ ତଳେ ଆସିବାରୁ ରକ୍ଷା ପାଇଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com