Breaking NewsFeaturedଐତିହ୍ୟ ଓ ସଂସ୍କୃତିଜାତୀୟମନୋରଞ୍ଜନ

ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ପ୍ରଭାସ କର୍ଣ୍ଣଙ୍କ ଭଳି ଦିଶୁଛନ୍ତି ବୋଲି କହିଲେ ଏହି ଅଭିନେତ୍ରୀ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପ୍ରଭାସଙ୍କ ଫିଳ୍ମ ଆଦିପୁରୁଷ ରିଲିଜ ହେବା ପାଇଁ ମାତ୍ର ଆଉ କେଇଟା ଦିନ ବାକି ରହିଛି । ପିଲ୍ମର ଟ୍ରେଲରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିସାରିଥବବା ବେଳେ ଫ୍ୟାନ୍ସମାନେ ଏହାକୁ ବ୍ଳକବଷ୍ଟର ବୋଲି କହିଛନ୍ତି । ଫିଲ୍ମର ପ୍ରମୋସନ ପାଇଁ ପୂରା ଷ୍ଟାର କାଷ୍ଟ ଲାଗିପଡ଼ିଚନ୍ତି। କିନ୍ତୁ ,ହାରି ମଧ୍ୟରେ କିଛି ଲୋକ ଏହାର କିଛି କିଛି ଜିନିଷ ଉପରେ ପଶ୍ନ ଉଠାଇବା ଆରମ୍ଭ କରିଛନ୍ତି । ଏହାରି ଭିତରେ ଦକ୍ଷିଣ ଅଭିନେତ୍ରୀ କସ୍ତୁରୀ ଶଙ୍କର ପ୍ରଭୁ ରାମଙ୍କ ଅଭିନୟ କରିବା ସମୟରେ ପ୍ରଭାସଙ୍କ ମୁଁହରେ କାହିଁକି ନିା ଅଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ଆଉ ଏହା ପରେ ୟୁଜର୍ସମାନେ ଅଭିନେତ୍ରୀଙ୍କୁ ଏଭଳି ବୟାନ ପାଇଁ ନିନ୍ଦା କରିବା ସହ ଟ୍ରୋଲ ମଧ୍ୟ କରିଛନ୍ତି ।

କସ୍ତୁରୀ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ରିଲିଜ ଅପେକ୍ଷାରେ ଥିବା ଆଦି ପୁରୁକେୁ ନେଇ ନିଜର ମନ୍ତବ୍ୟ ସେୟାର କରିଥିଲେ । ଫିଲ୍ମର ପୋଷ୍ଟର ସେୟାର କରି ସେ ଲେଖିଛନ୍ତି ଯେ କଣ ଏପରି କିଛି ପରମ୍ପରା ରହିଛି ଯେଉଁଠାରେ କି ପ୍ରଭୁ ରାମ ଜୀ ଏବଂ ଲକ୍ଷ୍ମଣଙ୍କର ନିଶ ରହିଛି । ତେବେ ଏଭଳି ଚିତ୍ରଣ କରି ଲୋକମାନଙ୍କୁ କାହିଁକି ବିଭ୍ରାନ୍ତି କରାଯାଉଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଭାସ ରାମଙ୍କ ଭଳି ନୁହଁନ୍ତି ବରଂ କର୍ଣ୍ଣଙ୍କ ଭଳି ଦେଖାଯାଉଛନ୍ତି । ଏଭଳି ବୟାନ ପରେ ପ୍ରଭାସଙ୍କ ଫ୍ୟାନ୍ ମାନେ ଅଭିନେତ୍ରୀଙ୍କୁ ଖୁବ୍ ଟ୍ରୋଲ୍ କରିଛନ୍ତି ।

ଏହା ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି ଆପଣ ରାମଙ୍କୁ ବ୍ୟକ୍ତିଗତ ଭାବରେ ଦେଖିଛନ୍ତି କି ? ଯାହା ଫଳରେ ଆପଣ ଏହିପରି ମନ୍ତବ୍ୟ ଦେଉଛନ୍ତି । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ମଣିଷ ରୂପରେ ଅବତାର ସମେତ ଜଣେ ବ୍ୟକ୍ତିଙ୍କ ନିଶ ରଖିବା କଣ ସ୍ୱଭାବିକ ନୁହେଁ କି ? ଆଉ ଜଣେ ୁପଭୋକ୍ତା ଲେଖିଚନ୍ତି ଏପରି କୌଣସି ଉତ୍ସ ଅଛି ଯେଉଁଥିରେ ର୍ଦାଯାଇଛି ଯେ ପ୍ରଭୁୁ ଶ୍ରୀରାମଙ୍କର ସମ୍ପୂର୍ଣ୍ଣ ଅବତାରରେ ମୁଁହରେ ନିଶ ନଥିଲା ।

ଏହି ଚଳଚିତ୍ର ଜୁନ୍ ୧୬ରେ ପ୍ରେକ୍ଷାଳୟକୁ ଆସୁଛି । ଏଥିରେ କ୍ରିତୀ ସାନନ, ସୈଫ ଅଲ୍ଲୀ ଖାନ୍, ସନ୍ନି ସିଂ, ଦେବଦତ୍ତ ନାଗେଙ୍କ ଭଳି କଳାକାରମାନେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଓତ । ଏହା ତାଙ୍କର ଦ୍ୱିତୀୟ ଚଳଚିତ୍ର ।

 

Related Articles

Back to top button
WP Twitter Auto Publish Powered By : XYZScripts.com