ଲାଞ୍ଚୁଆ Police ASI ମମତା ଧରାପଡ଼ିଲେ ଭିଜିଲାନ୍ସ ଜାଲରେ
କମିସନରେଟ୍ ପୁଲିସରେ ଜଣେ ପରେ ଜଣେ ଲାଞ୍ଚୁଆ ଧରାପଡୁଛନ୍ତି
![ASI Saheed Nagar Arrested by Vigilance](https://i0.wp.com/odia.mobilenews24x7.com/wp-content/uploads/2023/07/ASI-Saheed-Nagar-Arrested-by-Vigilance.jpg?resize=780%2C470&ssl=1)
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ବାଡ଼ ଖାଇଗଲା ଫସଲ। ଏଭଳି ପୁଣି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଲୋକଙ୍କୁ ନ୍ୟାୟ ଦେବାକୁ ଖାକି ପୋଷାକ ପିନ୍ଧିଥିବା ପୁଲିସ୍ ପଡ଼ିଗଲେ ଟଙ୍କା ପ୍ରେମରେ। ମାମଲାରେ ସହଯୋଗ ପାଇଁ ନେଉଥିଲେ ଲାଞ୍ଚ। ଏତିକିବେଳେ ଛକି ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିନେଇଥିଲା। ଏହା କୌଣସି ଉପାନ୍ତ କି ବିଚ୍ଛିନ୍ନ ଅଞ୍ଚଳର କଥା ନୁହେଁ, ଏଇ ରାଜଧାନୀର ଛାତି ଉପରେ ଘଟିଛି। ସହିଦ ନଗର ପୁଲିସ୍ ଏଏସଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି।
ମମତା ବସ୍ତିଆଙ୍କ ଦୁଇଟି ଘରେ ଚଢ଼ଉ ଚାଲିଥିବାବେଳେ ତାଙ୍କ ନାମରେ ପୂର୍ବରୁ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା। ଗୁରୁବାର ସେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ଏନେଇ ଖୋଳତାଡ଼ କରୁଛି। ତେବେ କମିଶନରେଟ୍ ପୁଲିସର ଜଣେ ପରେ ଜଣେ ଅଧିକାରୀ ଦୁର୍ନୀତି କାରବାରରେ ଧରା ପଡୁଛନ୍ତି। କିଛି ଦିନ ପୂର୍ବରୁ ଖଣ୍ଡଗିରି ଥାନାର ଜଣେ ସବ-ଇନ୍ସପେକ୍ଟର ଲାଞ୍ଚ ନେଇ ଧରା ପଡ଼ିଥିଲେ।