ଲଦାଖରେ ବିଶ୍ୱର ସର୍ବୋଚ୍ଚ ଏୟାର ଫିଲ୍ଡ
![Ladakh Air Base](https://i0.wp.com/odia.mobilenews24x7.com/wp-content/uploads/2023/09/ladakh_00177-min.jpg?resize=780%2C470&ssl=1)
କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ତୀବ୍ର ସମାଲୋଚନା ପରେ ଲଦାଖ ପ୍ରତି କେନ୍ଦ୍ର ସରକାରଙ୍କ ନଜର ପଡ଼ିଛି। ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମୁ କଶ୍ମୀର ଗସ୍ତରେ ଯାଇଛନ୍ତି । ସେଠାରେ ୨୪୯୧ କୋଟିର ୯୦ଟି ଉଦ୍ୟୋଗର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସାମ୍ବାରେ ୪୨୨.୯ ମିଟର ଲମ୍ବ ଦେବକ ବ୍ରିଜର ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ । ଅନ୍ୟ ୮୯ ଉଦ୍ୟୋଗର ଉଦଘାଟନ ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବେ । ତେବେ ଏହି ପ୍ରୋଜେକ୍ଟ ମଧ୍ୟରେ ରହିଛି ୧୩ ହଜାର ଫୁଟ ଉପରେ ନିର୍ମିତ ନ୍ୟୋମା ଏୟାର ଫିଲ୍ଡ । ୨୧୮ କୋଟି ଟଙ୍କା ବିନିମୟରେ ହେଉଥିବା ଏହି ଏୟାର ଫିଲ୍ଡ ରୁ ଫାଇଟର ଜେଟ ଉଡାଣ ଭରିପାରିବ ଏବଂ ଅବତରଣ ବି କରିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଏୟାର ଫିଲ୍ଡ ଏଲଏସିଠାରୁ ମାତ୍ର ୫୦ କିମି ଦୂରରେ ରହିଛି ।
ଖାଲି ସେତିକି ନୁହେଁ, ତାହା ହେବ ବିଶ୍ଵର ସବୁଠାରୁ ଉଚ୍ଚ ଏୟାରଫିଲ୍ଡ ହେବ । ରଣନୀତିକ ଦୃଷ୍ଟିକୋଣରୁ ଦେଖିଲେ ଏହି ଏୟାର ଫିଲ୍ମ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାର ଏଲଏସିର ଖୁବ ନିକଟରେ ରହିଛି ଏବଂ ଏଠାରେ ଫାଇଟର ଜେଟ ଲାଣ୍ଡିଂ କରିପାରିବ । ଏଥିସହ ଲଦାଖରେ ହେବ ତୃତୀୟ ଫାଇଟର ଏୟାରବେସ । ଏହା ପୂର୍ବରୁ ଲେହ ଏବଂ ଥୋଇସରେ ଏୟାରବେସ ରହିଛି । ନିୟନ୍ତ୍ରଣ ରେଖା ଉପରେ ନଜର ରଖିବା ଏବଂ ସୁରକ୍ଷା ଉଭୟ ଦୃଷ୍ଟିରୁ ଏହାର ଏୟାର ଫିଲ୍ଡ ବେଶ ଗୁରୁ୍ତ୍ୱପୂର୍ଣ୍ଣ । ଏହି ନୂଆ ଏୟାର ବେସରୁ ଲଦାଖ ଉପରେ ନଜର ରଖିବା ପାଇଁ ଲଢୁଆ ବିମାନ, ନୂଆ ରାଡାର ଏବଂ ଉନ୍ନତ ଡ୍ରୋନ ସଞ୍ଚଳନ ବି କରାଯାଇ ପାରିବ । ଚୀନର ସବୁବେଳେ ଯେପରି ଆକ୍ରମଣାତ୍ମ ମନୋଭାବ ରହିଛି ତା ଉପରେ ନଜର ରଖିବା ଏହି ଏୟାରବେସର ନିର୍ମାଣର ମୁଖ୍ୟ ଲକ୍ଷ୍ୟ । ଏଠାରେ କହି ରଖୁଛୁ ଯେ ନିକଟରେ ବାଇକ୍ ଯାତ୍ରା କରି କଂଗ୍ରେସ ନେତା ରାହୁଲ ଗାନ୍ଧି ଲେହ-ଲଦାଖରେ ପହଞ୍ଚି ଥିଲେ। ଏହା ପରେ ସେଠାରେ ଥିବା ସମସ୍ୟା ସମ୍ପର୍କରେ ସେ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।