ଓଡ଼ିଶା
୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ, ଆସନ୍ତା ଜାନୁଆରୀ ମାସ ସୁଦ୍ଧା କାର୍ଯ୍ୟରେ ଯୋଗଦେବେ
![Junior Teacher Posting](https://i0.wp.com/odia.mobilenews24x7.com/wp-content/uploads/2023/11/teacher-e1699345652265.jpg?resize=182%2C170&ssl=1)
ରାଜ୍ୟ ସରକାରଙ୍କର ସମଗ୍ର ଶିକ୍ଷା ଯୋଜନାରେ ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ, ଆସନ୍ତା ଜାନୁଆରୀ ମାସ ସୁଦ୍ଧା କାର୍ଯ୍ୟରେ ଯୋଗଦେବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ– ଓସେପା ପକ୍ଷରୁ ସୂଚନା ମିଳିଛି ।
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ପାଇଁ ବର୍ତ୍ତମାନ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି । ଆସନ୍ତା ୧୭ ତାରିଖରେ ଏହି ପରୀକ୍ଷା ଶେଷ ହେବ । ଆସନ୍ତା ଡିସେମ୍ବର ମାସ ତୃତୀୟ ସପ୍ତାହ ବେଳକୁ ପରୀକ୍ଷାଫଳ ପ୍ରକାଶ ପାଇବ ଏବଂ ଜାନୁଆରୀ ମାସ ବେଳକୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।