ରାଜନୀତି
ତନ୍ତଶାଳା ପାଇଁ ଅଧିକ ଜମି
ରାଜ୍ୟର ବୁଣାକାର ଏବଂ ଆନୁଷଙ୍ଗିକ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କର ବଡ଼ ସମସ୍ୟା ଦୂର କରିଛନ୍ତି ରାଜ୍ୟ ସରକାର। ଇନ୍ଦିରା ଆବାସ ଯୋଜନା/ବିଜୁ ପକ୍କା ଘର/ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ବୁଣାକାରଙ୍କୁ ନିଜ ବାସଗୃହ ପାଖରେ କର୍ମସ୍ଥଳ ଅବା ତନ୍ତଶାଳା ନିର୍ମାଣ ପାଇଁ ଅଧିକ ସ୍ଥାନ ମିଳିବ। ଏଥିଲାଗି ଉଦ୍ଦିଷ୍ଟ ନିୟମରେ ପରିବର୍ତ୍ତନ କରାଯାଇଛି।
ଏନେଇ ଓଡ଼ିଶା ବୁଣାକାର ମହାସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ଙ୍କୁ କୃତଜ୍ଞତା ଜଣାଇଛନ୍ତି।