ରାଜନୀତି
୬୬ ବର୍ଷ ପରେ ନିୟମ
୬୬ ବର୍ଷ ପରେ ଉତ୍ତର ପ୍ରଦେଶ ବିଧାନସଭାରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଥର ବିଧାୟକମାନେ ବିଧାନସଭା ଭିତରକୁ ମାନେ ନିଜର ମୋବାଇଲ ଫୋନ ନେଇ ଯାଇପାରିବେ ନାହିଁ । ଏହାସହ ପତାକା ଓ ବ୍ୟାନର ମଧ୍ୟ ବ୍ୟାନ କରାଯାଇଛି ।
ଏହାସହ ଚଳିତ ଅଧିବେଶନରେ ମହିଳା ବିଧାୟକମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଧାନସଭାରେ ମହିଳା ବିଧାୟକମାନଙ୍କୁ ସେମାନଙ୍କର କଥା କହିବାର ଅଧିକ ସୁଯୋଗ ମିଳିବ । ନଭେମ୍ବର ୨୮ ତାରିଖରୁ ଉତ୍ତର ପ୍ରଦେଶ ବିଧାନସଭାରେ ଅଧିବେଶନ ହେବାକୁ ଯାଉଛି ।