
ଐତିହାସିକ କଟକ ବାଲିଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପୀ ରାଜ୍ୟର ଏହି ସର୍ବବୃହତ ମୁକ୍ତାକାଶ ବ୍ୟବସାୟିକ ମେଳା ଚାଲିବ।
ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଚଳିତବର୍ଷ ୧୨ ଶହରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲାଯାଇଛି। ଏହା ବ୍ୟତୀତ ଓରମାସ ପକ୍ଷରୁ ୪୨୦ରୁ ଅଧିକ ଷ୍ଟଲ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତି ସଦସ୍ୟମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଳାକାର ସଚିନ-ଜିଗର ଓ ଅନୁ ମଲିକ ସଙ୍ଗୀତ ପରିବେଷଣ କରିବେ।