ଅନ୍ତର୍ଜାତୀୟ
ଭାରତ ଫେରି ଆସିଛନ୍ତି ଅଞ୍ଜୁ
![](https://i0.wp.com/odia.mobilenews24x7.com/wp-content/uploads/2023/12/Untitled-7-9.webp?resize=780%2C470&ssl=1)
ପାକିସ୍ତାରେ ପ୍ରେମିକଙ୍କ ସହ ୫ ମାସ ଧରି ରହିବା ପରେ ଭାରତ ଫେରି ଆସିଛନ୍ତି ଅଞ୍ଜୁ । ବର୍ତ୍ତମାନ ଅଞ୍ଜୁ ଦିଲ୍ଲୀରେ ଥିବା ଜଣାପଡିଛି। ଅଞ୍ଜୁ ତାଙ୍କ ପିଲାଙ୍କୁ ଭେଟିବା ପାଇଁ ପାକିସ୍ତାନରୁ ଭାରତ ଆସିଛନ୍ତି।
ତେବେ ନିଜ ପିଲାଙ୍କ ସହ ଭାରତ କିମ୍ବା ପାକିସ୍ତାନରେ ନୁହେଁ ଦୁବାଇରେ ରହିବାକୁ ସେ ଯୋଜନା କରିଛନ୍ତି । ତେବେ ସେ ନିଜ ସ୍ୱାମୀ ଅରବିନ୍ଦା ନା ନସରୁଲ୍ଲାଙ୍କ ମଧ୍ୟରୁ କାହା ସହ ରହିବାକୁ ପସନ୍ଦ କରିବେ ସେ ନେଇ ସେ ପାଟି ଫିଟାଇ ନାହାନ୍ତି। ତେବେ ଉଭୟଙ୍କ ବିବାହ ବିଚ୍ଛେଦ ହେବ କି ନାହିଁ ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ବୋଲି ଅଞ୍ଜୁ କହିଛନ୍ତି।